ହେଲଥ୍ ଟିପ୍ସ: ଆୟୋଡିନର ଅଭାବରେ ଭୋଗିପାରନ୍ତି ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା
ସୁସ୍ଥ ରହିବାକୁ ହେଲେ ଶରୀରରେ ଥିବା ପ୍ରତ୍ୟେକ ଏନଜାଇମ୍, ଭିଟାମିନ୍ ଓ ହରମୋନର ପରିମାଣ ନିୟନ୍ତ୍ରଣରେ ରହିବା ନିହାତି ଆବଶ୍ୟକ । ଶରୀରରେ ଆୟୋଡିନର ଅଭାବ ଦେଖାଗଲେ ବ୍ୟକ୍ତି ବିଭିନ୍ନ ପ୍ରକାର ଗମ୍ଭୀର ରୋଗର ଶିକାର ହୋଇଥାନ୍ତି । ଏଭଳି କି ଆୟୋଡିନର ଅଭାବ ଯୋଗୁଁ ବ୍ୟକ୍ତି ମାନସିକ ବିକଳାଙ୍ଗ ମଧ୍ୟ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ଆୟୋଡିନ୍ ଅଭାବରୁ କେଉଁସବୁ ରୋଗ ଦେଖାଦିଏ । –
୧- ଆୟୋଡିନ୍ ଅଭାବ ହେଲେ ଥାଇରଏଡ୍ ଗ୍ରନ୍ଥୀର ବିକାଶ ହୋଇପାରେ ନାହିଁ । ଫଳରେ ଥାଇରଏଡ୍ ସମସ୍ୟା ସୃଷ୍ଟି ହୋଇଥାଏ ।
୨- ଦୁର୍ବଳ ଲାଗିବା ଏବଂ ମାଂଶପେଶୀରେ ଅଧିକ ଦରଜ ହେବା ।
୩- ମୋଟାପା ବଢ଼ିବା ସହିତ କୋଲେଷ୍ଟ୍ରଲ୍ ବୃଦ୍ଧି ଓ ହାଇ ବ୍ଲଡ୍ପ୍ରେସର୍ ମଧ୍ୟ ଆୟୋଡିନ୍ ଅଭାବରୁ ହୋଇଥାଏ ।
୪- ଥଣ୍ଡା ପାଗ ନଥିଲେ ମଧ୍ୟ ଅଧିକ ଥଣ୍ଡା ଲାଗିବା ଏବଂ ତ୍ୱଚା ରୁକ୍ଷ ହେବା ।
୫- ଅତ୍ୟଧିକ କେଶ ଝଡ଼ିବା ଏବଂ ସ୍ମୃତି ଶକ୍ତି ହ୍ରାସ ହେବା ।
୬- ଅସ୍ୱସ୍ତିକର ଲାଗିବା ଏବଂ ଭର୍ଗାବସ୍ଥାରେ ଜଟିଳତା ଦେଖାଯିବା । ଆୟୋଡିନ୍ ଅଭାବରୁ ଗର୍ଭସ୍ଥ ଶିଶୁର ମାନସିକ ଓ ଶାରୀରିକ ବିକାଶ ଠିକ୍ ନହେବା ।