ଅନେକ ରୋଗର ଗୋଟିଏ ସମାଧାନ- ଉଷୁମ ପାଣି
କମ୍ ପରିମାଣର ଔଷଧରେ ଯଦି ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ଚାହୁଁଥାନ୍ତି ତେବେ ପ୍ରତିଦିନ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ । ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଣି ପିଇବା ଦ୍ୱାରା ଅନେକ କିଛି ଛୋଟମୋଟ ରୋଗ ଦୂର ହୋଇଥାଏ । ଯଦି ପ୍ରତ୍ୟେକ ସମୟରେ ଫୁଟା ପାଣି ପିଇବା ସମ୍ଭବ ନହୁଏ, ତେବେ ସକାଳେ ଖାଲିପେଟରେ ଓ ରାତି ଶୋଇବା ପୂର୍ବରୁ ଗୋଟିଏ ବଡ଼ (ଲସି ଗ୍ଲାସ) ଗ୍ଲାସରେ ଉଷୁମ ପାଣି ପିଅନ୍ତୁ । ତେବେ ଆସନ୍ତୁ ଜାଣିବା ଉଷୁମ ପାଣିର ଲାଭକାରୀ ଗୁଣ ସମ୍ପର୍କରେ –
୧- ଉଷୁମ ପାଣି ପିଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ । କାରଣ ଏହା ଦ୍ୱାରା ଖାଦ୍ୟକୁ ହଜମ କରୁଥିବା ଏନଜାଇମ୍ ଅଧିକ ନିର୍ଗତ ହୋଇଥାଏ, ଫଳରେ ଖାଦ୍ୟ ଶୀଘ୍ର ହଜମ ହୁଏ । କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏହା ଅଧିକ ଲାଭକାରୀ ।
୨- ଉଷୁମ ପାଣି ଖାଦ୍ୟକୁ ଶୀଘ୍ର ହଜମ କରୁଥିବାରୁ ଶରୀରରେ ଚର୍ବି ଜମି ରହିନଥାଏ । ତେଣୁ ମୋଟାପା ସମସ୍ୟା ଦୁର କରିବା କ୍ଷେତ୍ରରେ ମଧ୍ୟ ଉଷୁମ ପାଣିର ବେଶ୍ ଗୁରୁତ୍ୱ ରହିଛି । ସକାଳୁ ଆପଣ ଖାଲିପେଟରେ ଉଷୁମ ପାଣି ପିଅନ୍ତୁ । ଆପଣଙ୍କର ମୋଟାପା ଧୀରେ ଧୀରେ କମିବାରେ ଲାଗିବ ।
୩- ରକ୍ତ ସଞ୍ଚଳାନ ପ୍ରକ୍ର୍ରିୟା ଠିକ୍ ରହିବା ପାଇଁ ଉଷୁମ ପାଣି ପିଅନ୍ତୁ । ରକ୍ତ ସଞ୍ଜାଳନ ଠିକ୍ ରହିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ଝାଳରେ କିମ୍ବା ପରିଶ୍ରାରେ ଅଧିକରୁ ଅଧିକ ମାତ୍ରାରେ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଫଳରେ ଅନେକ ଛୋଟମୋଟ ରୋଗ ଓ ସ୍କିନ୍ ଡିଜିଜ୍ ଦୂର ହୋଇଥାଏ ।
୪- ଥଣ୍ଡା ରୋଗୀଙ୍କ ପାଇଁ ଉଷୁମ ପାଣି ଏକ ବରଦାନ ସଦୃଶ । ଏହା କଫ ଜମିବାକୁ ଦେଇନଥାଏ ଏବଂ କଫକୁ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ ।