ଉପବାସରେ କିଭଳି ରଖିବେ ନିଜକୁ ଫିଟ୍, ଜାଣିରଖନ୍ତୁ କିଛି ହେଲଥ୍ ଟିପ୍ସ
ଆଜି କରବାଚୌଥ୍ । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତାମାନେ ସାରାଦିନ ଉପବାସ ରହି ରାତିରେ ଚନ୍ଦ୍ର ଦେଖିବା ପରେ ବ୍ରତ ସମାପନ କରିଥାନ୍ତି । କେବଳ କରବାଚୌଥ୍ କାହିଁକି ଏମିତି ଅନେକ ପର୍ବପର୍ବାଣୀ ରହିଛି ଯେଉଁଥିରେ ଉପବାସ ରହି ପୂଜାର୍ଚ୍ଚନା କରିବାର ପରମ୍ପରା ପ୍ରଚଳିତ । କିନ୍ତୁ ଉପବାସ ରହିବା ଦ୍ୱାରା ଅନେକ ଜଣଙ୍କ କ୍ଷେତ୍ରରେ ଗମ୍ଭୀର ସ୍ୱାସ୍ଥ୍ୟସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଉପବାସ ଦିନ କିଭଳି ନିଜକୁ ଫିଟ୍ ରଖିହେବ, ଆସନ୍ତୁ ଜାଣିବା ସେ ସମ୍ପର୍କିତ କିଛି ଟିପ୍ସ –
୧- ମିଠା ଜିନିଷ ଖାଇବାରୁ ଦୂରେଇ ରହନ୍ତୁ । ଅଧିକ ମିଠା ଆପଣଙ୍କୁ ଡିହାଇଡ୍ରେଡ୍ କରିପାରେ ଏବଂ ଏହା ଭୋକ ଓ ଶୋଷ ବଢ଼ାଇଥାଏ ।
୨- ଉପବାସ ପୂର୍ବଦିନ ପ୍ରଚୁର ମାତ୍ରାରେ ପାଣି, ଫ୍ରୁଟଜୁସ୍, ଖିର ଓ ଓଆରଏସ୍ ପାଣି ପିଅନ୍ତୁ । ଏଭଳି କରିବା ଦ୍ୱାରା ଉପବାସ ଦିନ ଆପଣଙ୍କୁ ଅଧିକ ଶୋଷ ଲାଗିବନାହିଁ ଏବଂ ଦୁର୍ବଳ ଲାଗିବ ନାହିଁ ।
୩- ଉପବାସ ଦିନ ବ୍ରତ ସରିବା ପରେ ଅଧିକ ହେଭି ଡାଏଟ୍ ଖାଆନ୍ତୁ ନାହିଁ । ଏହା ଦ୍ୱାରା ହଜମ ସମସ୍ୟା ସୃଷ୍ଟି ହେବା ସହିତ ଗ୍ୟାଷ୍ଟ୍ରିକ୍ ହୋଇଥାଏ ।
୪- ବ୍ରତ ପୂର୍ବଦିନ ପୂଜା ସାମଗ୍ରୀ ସଜାଡ଼ି ରଖନ୍ତୁ । ଏହାଦ୍ୱାରା ଆପଣଙ୍କୁ ଉପବାସ ଦିନ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ଯଦି ସମ୍ଭବ ହୁଏ, ତେବେ ବ୍ରତ ଦିନ ଅଧିକ ସମୟ ବାହାରେ ରୁହନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଅଧିକ ଦୁର୍ବଳ ଲାଗିବା ସହ ମୁଣ୍ଡ ବୁଲାଇବା, ବାନ୍ତି ହେବା, ଅସ୍ୱସ୍ତିକର ମନେ ହେବା ଭଳି ସମସ୍ୟା ଦେଖାଦିଏ ।
୫- ଉପବାସ ଦିନ ଆପଣ ଖାଲି ପାଣି ଅପେକ୍ଷା ପଇଡ଼ ପାଣିକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ।
୬- ଉପବାସ ପରଦିନ ତେଲଛଣା କିମ୍ବା କୌଣସି ଫାଷ୍ଟଫୁଡ୍ ଖାଆନ୍ତୁ ନାହିଁ ।