ହେଲଥ୍ ଟିପ୍ସ: ଡିଜିଟାଲ୍ ଆଇ ଷ୍ଟ୍ରେନ୍ ଦୂର କରିବା ପାଇଁ ଉପାୟ
ଟିଭି, କମ୍ପୁଟର୍, ମୋବାଇଲ୍ କିମ୍ବା ଟାବଲେଟ୍ ସାମନରେ ଅଧିକ ସମୟ ବସିବା ଦ୍ୱାରା ଆଖିରେ ଯେଉଁ ଯନ୍ତ୍ରଣା ହୋଇଥାଏ, ତାହାକୁ ଡାକ୍ତରୀ ଭାଷାରେ ଡିଜିଟାଲ୍ ଆଇ ଷ୍ଟ୍ରେନ୍ ବୋଲି କୁହାଯାଏ । ଆଖିରେ ଥିବା କୋଷିକାଗୁଡ଼ିକୁ ଶୁଷ୍କ ହୋଇଯିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥାଏ । ଆଖି କୁଣ୍ଡାଇ ହେବା, ଶୁଖିଲା ଦେଖାଯିବା, ଆଖିକୁ ନିଦ ଆସିବା ଭଳି ଥକ୍କା ଲାଗିବା, କମ୍ପୁଟର୍ ସାମନାରୁ ଉଠିବା ପରେ ହଠାତ୍ ସବୁ ଝାପସା ଦେଖାଯିବା, ଆଖି ଭାରି ଲାଗିବା ଏବଂ ମୁଣ୍ଡ ବିନ୍ଧିବା ଏହାର ମୁଖ୍ୟ ଲକ୍ଷଣ । ତେବେ କିଛି ସହଜ ଟିପ୍ସ ଆପଣାଇବା ଦ୍ୱାରା ଡିଜିଟାଲ୍ ଷ୍ଟ୍ରେନ୍ ସମସ୍ୟା ଦୂର ହୋଇଯାଏ । ଆସନ୍ତୁ ଜାଣିବା –
୧- ୨୦/୨୦/୨୦ ନିୟମ ପାଳନ କରନ୍ତୁ । ପ୍ରତି ୨୦ ମିନିଟ୍ ବ୍ୟବଧାନରେ ଡିଜିଟାଲ୍ ପ୍ଲାଟଫର୍ମରୁ ଦୂରେଇ ରହି ୨୦ ସେକେଣ୍ଡ ପାଇଁ ୨୦ ମିଟର୍ ଦୁରତାରେ ଥିବା କୌଣସି ଜିନିଷକୁ ଦେଖନ୍ତୁ ।
୨- କମ୍ପୁଟର୍ କିମ୍ବା ସ୍ମାର୍ଟଫୋନ୍ ଲଗାତାର ଅଧିକ ସମୟ ବ୍ୟବହାର କରନ୍ତୁ ନାହିଁ । ମଝିରେ ୫-୬ ମିନିଟ୍ ବ୍ୟବଧାନ ରଖନ୍ତୁ ।
୩- କମ୍ ଲାଇଟରେ କମ୍ପୁଟର୍, ଟିଭି କିମ୍ବା ସ୍ମାର୍ଟଫୋନ୍ ଆଦୌ ବ୍ୟବହାର କରନ୍ତୁ ନାହିଁ । ଏସବୁର ସ୍କ୍ରୀନ୍ ଲାଇଟ୍ ମଧ୍ୟ କମ୍ ରଖନ୍ତୁ । କିନ୍ତୁ ଅଧିକ କମ୍ କରନ୍ତୁ ନାହିଁ ।
୪- ଡିଜିଟାଲ୍ କ୍ଷେତ୍ରରେ କାମ କରିବା ସମୟରେ ଜିରୋ ପାୱାର୍ ଚଷମା ବ୍ୟବହାର କରନ୍ତୁ ।
୫- ମନିଟର୍ ଓ ମୋବାଇଲରେ ଫିଲଟରର ଉପଯୋଗ କରନ୍ତୁ । \n୬- କାମ ସରିବାର କିଛି ସମୟ ପରେ ଆଖି ବନ୍ଦ କରି ତଉଲିଆକୁ ଥଣ୍ଡା ପାଣିରେ ବୁଡ଼ାଇ ଆଖି ଉପରେ ରଖନ୍ତୁ । ବରଫ କିମ୍ବା ଟିବ୍ୟାଗ୍ ମଧ୍ୟ ରଖିପାରିବେ । ଦିନକୁ ୨ ଥର ଏଭଳି କରନ୍ତୁ ।