ହେଲଥ୍ ଟିପ୍ସ: ଅଟୋଇମ୍ୟୁନ୍ ଡିଜିଜର ଲକ୍ଷଣ ଏବଂ ଏ ସମ୍ପର୍କିତ କିଛି ତଥ୍ୟ

ଅଟୋଇମ୍ୟୁନ୍ ଡିଜିଜର ଅର୍ଥ ହେଉଛି ଶରୀରରେ ଥିବା ନ୍ୟାଚୁରାଲ୍ ଇମ୍ୟୁନୋ ପାୱାର୍ ବା ରୋଗ ପ୍ରତିରୋଧକ ଶକ୍ତି ଅଧିକ ମାତ୍ରାରେ କମିଯିବା । ଏହି ଇମ୍ୟୁନୋ ପାୱାର୍ କମିଯିବା ଫଳରେ ବିଭିନ୍ନ ପ୍ରକାର ରୋଗ ଜୀବାଣୁ ଆମ ଶରୀରକୁ ପ୍ରବେଶ କରି କୋଷିକାଗୁଡ଼ିକୁ ନଷ୍ଠ କରିଥାନ୍ତି । ଫଳରେ ସ୍ୱାସ୍ଥ୍ୟସମସ୍ୟା ଦେଖାଯାଏ । ଯଦି ଆମ ଶରୀରରେ ଇମ୍ୟୁନୋ ପାୱାର୍ ଅଧିକ ରହିଛି, ତେବେ କ୍ୱଚିତ୍ ଆମେ ରୋଗାକ୍ରାନ୍ତ ହୋଇଥାଉ । ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ଅନୁଯାୟୀ ୮୦ରୁ ଊଦ୍ଧ୍ୱର୍ ପ୍ରକାର ଅଟୋଇମ୍ୟୁନୋ ଡିଜିଜ୍ ରହିଛି । କିନ୍ତୁ ସେସବୁର ଲକ୍ଷଣ ପ୍ରାୟ ଏକାଭଳି । ତେବେ ଅଟୋଇମ୍ୟୁନୋ ଡିଜିଜର କ’ଣ ସବୁ ଲକ୍ଷଣ ରହିଛି ଆସନ୍ତୁ ଜାଣିବା –

୧- ଅଧିକ ଥକା ଲାଗିବା, ହାଲକା କାମ କରିବ ପରେ ନିଶ୍ୱାସ ଫୁଲିଯିବା କିମ୍ବା ଅଳ୍ପ ବାଟ ଚାଲିବା ପରେ ହାଲିକା ଲାଗିବା ହେଉଛି ଅଟୋଇମ୍ୟୁନୋ ଡିଜିଜର୍ ମୁଖ୍ୟ ଲକ୍ଷଣ ।

୨- କମ୍ ବୟସରେ ଆଣ୍ଡୁ ଦରଜ ହେବା ଏବଂ ଶରୀରର ବିଭିନ୍ନ ହାଡ଼ ଦରଜ ହେବା । କମ୍ ଓଜନ ଉଠାଇଲେ ମଧ୍ୟ ମାଂସପେଶୀ ଦରଜ ଲାଗିବା ।

୩- ସୋରାୟାସିସ୍ ଭଳି ସ୍କିନ୍ ଡିଜିଜ୍ କିମ୍ବା ତ୍ୱଚାଜନିତ କିଛି ସମସ୍ୟାର ଟ୍ରିଟମେଣ୍ଟ୍ ପରେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ଭଲ ନହେବା ଅଟୋଇମ୍ୟୁନୋ ଡିଜିଜର ଲକ୍ଷଣ ।

୪- ପେଟ ଜନିତ ବିଭିନ୍ନ ସମସ୍ୟା ଓ ହଜମ ନହେବା ସମସ୍ୟା ସୃଷ୍ଟି ହେବା ।

୫- ପ୍ରାୟ ସମୟରେ ଥଣ୍ଡା ଓ ଜ୍ୱର ଲାଗିରହିବା । \n୬- ଧୀରେ ଧୀରେ ଓଜନ ବଢ଼ିବା ଏବଂ ହାଲକା ଗରମ ଦିନରେ ମଧ୍ୟ ତ୍ୱଚାରେ ଅଧିକ ଜ୍ୱଳନ ଅନୁଭବ କରିବା ।

Leave a Reply

Your email address will not be published. Required fields are marked *