କର୍ମଜୀବୀ ମହିଳାଙ୍କ ପାଇଁ ଫିଟନେସ୍ ଟିପ୍ସ୍

ଫିଟ୍ ରହିବା ପାଇଁ ଉତ୍ତମ ଖାଦ୍ୟ ସହିତ ଉତ୍ତମ ବ୍ୟାୟାମର ଆବଶ୍ୟକତା ରହିଛି । କିନ୍ତୁ କର୍ମଜୀବୀ ମହିଳାଙ୍କ ପାଇଁ ସମୟ ଅଭାବ ସମସ୍ୟା ଥିବାରୁ ସେମାନେ ଖାଦ୍ୟ ସହିତ ଏକ୍ସରସାଇଜକୁ ଅଣଦେଖା କରିଥାନ୍ତି । ତେଣୁ କର୍ମଜୀବୀ ମହିଳାଙ୍କ ପାଖରେ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

ତେବେ ମାତ୍ର ୩ଟି ସହଜ ଓ ସରଳ ଟିପ୍ସ୍ ଦ୍ୱାରା କର୍ମଜୀବୀ ମହିଳାମାନେ ନିଜକୁ ଫିଟ୍ ରଖିପାରିବେ । ସେହି ଟିପ୍ସ୍ ଗୁଡ଼ିକ ହେଉଛି –
୧- ସ୍ନାକ୍ସରେ ବିସ୍କୁଟ୍, କେକ୍ କିମ୍ବା ଚଟପଟି ଚିପ୍ସକୁ ସାମିଲ୍ ନକରି ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍, ନଟସ୍ ଓ ଫ୍ରୁଟ୍ଜୁସକୁ ସାମିଲ୍ କରନ୍ତୁ ।
୨- ପ୍ରତିଦିନ ବ୍ରେକଫାଷ୍ଟ୍ କରନ୍ତୁ । ସକାଳର ଜଳଖିଆରେ ଖିର, ଅଣ୍ଡା ଓ ବିଭିନ୍ନ ପ୍ରକାର ହେଲଦି ଖାଦ୍ୟକୁ ସାମିଲ୍ କରିବା ସହ ସକାଳ ସମୟରେ ଛଣାଛଣି ଖାଦ୍ୟରୁ ଦୂରେଇ ରୁହନ୍ତୁ ।
୩- ପ୍ରତିଦିନ ମାତ୍ର ୧୦ ମିନିଟ୍ ଟ୍ରେଡମିଲ୍ ଉପରେ ଚାଲନ୍ତୁ । ଏହା ଆପଣଙ୍କୁ ଶରୀରରେ ରକ୍ତ ସଂଚାଳନ ଓ ମାଂଶପେଶୀ ମଜବୁତ୍ କରିବାରେ ସହାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *