ହେଲଥ୍ ଟିପ୍ସ: ବିନା ଡାଏଟ୍ ରୁଟିନରେ କମାନ୍ତୁ ଓଜନ, ରୁହନ୍ତୁ ଫିଟ୍

ଆଜିକାଲି ସମସ୍ତେ ସ୍ଲିମ୍ ଫିଗର୍ ମେଣ୍ଟେନ୍ କରିବାକୁ ଚାହୁଁଛନ୍ତି । ମୋଟାପାରୁ ମୁକ୍ତ ହେବା ପାଇଁ କଡ଼ା ୱାର୍କଆଉଟ୍ ସହ ନିଜର ରୁଟିନ୍ ଡାଏଟରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ଫିଟନେସ୍ ପଣ୍ଡିତମାନେ କହିଥାନ୍ତି । କିନ୍ତୁ ଏଭଳି ମଧ୍ୟ ଗୋଟିଏ ଉପାୟ ରହିଛି, ଯେଉଁଥିରେ ଆପଣଙ୍କୁ କୌଣସି ଡାଏଟ୍ ପ୍ଲାନିଙ୍ଗ୍ କରିବାକୁ ପଡ଼ିବ ନାହିଁ । କେବଳ ୩ଟି ଉପାୟ ଦ୍ୱାରା ଆପଣ ନିଜକୁ ଫିଟ୍ ଓ ସ୍ଲିମ୍ ରଖିପାରିବେ । ତେବେ ଆସନ୍ତୁ ଜାଣିବା –

୧- ପ୍ରତିଦିନ ଆପଣ ସକାଳେ କିମ୍ବା ସନ୍ଧ୍ୟାରେ ଅଧଘଣ୍ଟା ସ୍କିପିଙ୍ଗ୍ କିମ୍ବା ଜମ୍ପିଙ୍ଗ୍ କରନ୍ତୁ । ଏହା ଦ୍ୱାରା ସବୁଠାରୁ ଅଧିକ କ୍ୟାଲୋରି ବର୍ଣ୍ଣ ହୋଇଥାଏ ।

୨- ପ୍ରତିଦିନ ୧ରୁ ଦେଢ଼ ଘଣ୍ଟା ସାଇକଲ୍ ଚଲାନ୍ତୁ । ଏଥିପାଇଁ ଆପଣଙ୍କୁ କୌଣସି ସମୟ ସୀମା ରଖିବାକୁ ପଡ଼ିବ ନାହିଁ । ଆପଣ ଯେଉଁ ସମୟରେ ମଧ୍ୟ ଏହାକୁ କରିପାରିବେ । କିନ୍ତୁ ମନେ ରଖନ୍ତୁ କିଛି ଖାଦ୍ୟ ଖାଇବାର ଅଳ୍ପ ସମୟ ପରେ ହଁ ସାଇକଲ୍ ଚଲାନ୍ତୁ ।

୩- ଦିନକୁ ୩-୪ ଲିଟର୍ ପାଣି ପିଅନ୍ତୁ । ଏହା ଦ୍ୱାରା ଶରୀରରେ ଚର୍ବି ଜମା ହୋଇ ରହିପାରେ ନାହିଁ । ୱାର୍କଆଉଟ୍ କରି ଆସିବା ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ । ଏହା ଦ୍ୱାରା ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ତେଣୁ ଶରୀରରେ କ୍ୟାଲୋରି ବର୍ଣ୍ଣ କରିବାର କ୍ଷମତା ହ୍ରାସ ପାଇଥାଏ । ତେଣୁ ମୋଟାପା ହେବାର ଆଶଙ୍କା ଅଧିକ ଥାଏ ।

Leave a Reply

Your email address will not be published. Required fields are marked *