ହେଲଥ୍ ଟିପ୍ସ: ରାତି ଭିଜାଇଥିବା ଭେଣ୍ଡିର ପାଣିକୁ ପିଅନ୍ତୁ, ଜାଣନ୍ତୁ ଏହାର ଲାଭକାରୀ ଗୁଣ
ଆମେ ଭେଣ୍ଡିକୁ ସାଧାରଣତଃ ରାନ୍ଧିକରି ଖାଇଥାଉ । କିନ୍ତୁ କଂଚା ଭେଣ୍ଡିରେ ଅନେକ ଔଷଧିୟ ଗୁଣ ରହିଛି । ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ କଂଚା ଭେଣ୍ଡି ଦ୍ୱାରା ଅନେକ ରୋଗର ଉପଶମ କରାଯାଇଥାଏ । ୨ଟି କିମ୍ବା ୩ଟି ଭେଣ୍ଡିକୁ ଖଣ୍ଡ ଖଣ୍ଡ କରି ଗୋଟିଏ ଗ୍ଲାସ୍ ପାଣିରେ ଭିଜାଇ ରଖନ୍ତୁ । ରାତିରେ ଭିଜାଇଥିବା ଏହି ପାଣି ସକାଳୁ ଛାଣି ସେହି ପାଣିକୁ ପିଇବା ଦ୍ୱାରା ଅନେକ ପ୍ରକାର ରୋଗ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲାଭକାରୀ ଗୁଣ ସର୍ମ୍ପକରେ-
୧- ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଏକ ବରଦାନ ସଦୃଶ । ଏହାକୁ ପ୍ରତିଦିନ ସକାଳେ ଖାଲିପପେଟରେ ପିଇବା ଦ୍ୱାରା କିଛି ଦିନ ଭିତରେ ଇନସୁଲିନ୍ ନିୟନ୍ତ୍ରଣରେ ରହିଥାଏ । ଫଳରେ ଧୀରେ ଧୀରେ ଡାଇବେଟିସ୍ ସମସ୍ୟା ଦୂର ହୋଇଥାଏ ।
୨- ଭେଣ୍ଡି ଭିଜା ପାଣି ସକାଳୁ ପିଇବା ଦ୍ୱାରା କିଡନି ସମ୍ପର୍କିତ ସମସ୍ତ ରୋଗ ଭଲ ହୋଇଥାଏ । ପଥୁରି ରୋଗ ଦୂର କରିବା ପାଇଁ ଏହି ପାଣିକୁ ପିଇବା ପାଇଁ ଆର୍ୟୁବେଦ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି ।
୩- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ କେଶର ସବୁପ୍ରକାର ସମସ୍ୟା ଓ ବ୍ରଣ ସମସ୍ୟା ଏହି ପାଣି ଦ୍ୱାରା ଦୂର ହୋଇଥାଏ ।
୪- ହଜମ ସମସ୍ୟା ଦୂର କରିବାରେ ଏହା ଖୁବ୍ ସହାୟକ ।
୫- କୌଣସି ପ୍ରକାର ଛୋଟମୋଟ ସ୍କିନ୍ ଡିଜିଜ୍ ଦୂର କରିବା ପାଇଁ ଭେଣ୍ଡି ଭିଜା ପାଣି ପିଅନ୍ତୁ ।
୬- ସାଧାରଣ ଥଣ୍ଡା କାଶରେ ଗଳା ବସିଯାଇଥିଲେ ଏହି ପାଣିକୁ ହାଲକା ଉଷୁମ କରି ପିଇବା ଦ୍ୱାରା ଆରାମ ମିଳିଥାଏ ।











