ଦହିରେ ପାନମଧୁରି ମିଶାଇ ଖାଆନ୍ତୁ, ଜାଣନ୍ତୁ ଏହାର ଫାଇଦା

ପ୍ରତିଦିନ ସକାଳେ ଖାଲିପେଟରେ ୨ ଚାମଚ ଦହି ସହିତ ୧ ଚାମଚ ପାନମଧୁରି ଓ ୧ ଚାମଚ ଚିନି ମିଶାଇ ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କର ଅନେକ ଛୋଟ ମୋଟ ରୋଗ ଦୂର ହୋଇଯିବ । ଏହାକୁ ଆପଣ ଲଂଚ କିମ୍ବା ଡିନର୍ ପରେ ମଧ୍ୟ ଖାଇପାରିବେ । ଦହି ଓ ପାନମଧୁରିର ସେବନ ଦ୍ୱାରା ଆମ୍ବିଳା ହାକୁଟି ଓ ଏସିଡିଟି ଦୂର ହେବା ସହ ଭଲ ନିଦ ହୋଇଥାଏ । ଜାଣନ୍ତୁ ଏହାର ଆଉ କିଛି ଲାଭକାରୀ ଗୁଣ ସମ୍ପର୍କରେ –

୧- ଏହାକୁ ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

୨- କେଶ ଝଡ଼ିବା ବନ୍ଦ ହେବା ସହ ରୂପି ସମସ୍ୟା ଦୂର ହୁଏ ।

୩- ହଜମ ସମସ୍ୟା ଦୂର ହେବା ସହ ଭୋକ ବଢ଼ିଥାଏ ।

୪- ହାଇ ବ୍ଲଡପ୍ରେସର୍ ରୋଗୀ ଏହାକୁ ନିଶ୍ଚିତ ଭାବେ ଖାଇବା ଉଚିତ୍ ।

୫- ଯେଉଁ ବ୍ୟକ୍ତିଙ୍କ ଦେହ ଅଧିକ ଗରମ ଥାଏ, ସେମାନେ ଏହାକୁ ପ୍ରତିଦିନ ନିଜ ଡାଏଟରେ ସାମିଲ୍ କରନ୍ତୁ । ଏହାଦ୍ୱାରା ସେମାନଙ୍କୁ ବିଶେଷ ଲାଭ ମିଳିଥାଏ । 

୬- ଖରାଦିନରେ ଏହାକୁ ଖାଇବା ଦ୍ୱାରା ଲୁ ହେବାର ସମ୍ଭାବନା ଅନେକ ପରିମାଣରେ କମିଥାଏ ।

Leave a Reply

Your email address will not be published. Required fields are marked *