ହେଲଥ୍ ଟିପ୍ସ: ଡିପ୍ରେସନ୍ ପାଇଁ ରାମବାଣ ଔଷଧ

ଆଜିକାଲି କମ୍ ବୟସର ପିଲାମାନେ ମଧ୍ୟ ଡିପ୍ରେସନର ଶିକାର ହେଉଛନ୍ତି । ବିଶ୍ୱରେ ଡିପ୍ରେସନ୍ ରୋଗୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ଏଥିରୁ ମୁକୁଳିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ଯୋଗ ଓ ଧ୍ୟାନକୁ ଆପଣାଇଥିବାବେଳେ ଆଉ କେତେଜଣ ଡାକ୍ତରୀ ଔଷଧର ସାହାରା ନେଇଥାନ୍ତି । କିନ୍ତୁ ଆର‌୍ୟୁବେଦରେ ଏହାର ସମାଧାନର ଅନେକ ଉପାୟ ରହିଛି । ସେଥିମଧ୍ୟରୁ ଗୋଟିଏ ସହଜ ଓ ସରଳ ଉପାୟ ରହିଛି ଯାହାଦ୍ୱାରା ମାତ୍ର କିଛି ଦିନ ମଧ୍ୟରେ ଡିପ୍ରେସନରୁ ମୁକ୍ତି ମିଳିପାରିବ ।

ଡିପ୍ରେସନ୍ ଦୂର କରିବା କ୍ଷେତ୍ରରେ ଗୁଜରାତି ହେଉଛି ରାମବାଣ ଔଷଧ । ପ୍ରତିଦିନ ସକାଳେ ଖାଲି ପେଟରେ କିମ୍ବା ଶୋଇବା ପୂର୍ବରୁ ଗୋଟିଏ ଚାମଚ ଗୁଜରାତି ଗୁଣ୍ଡକୁ ଗୋଟିଏ ଗ୍ଲାସ ପାଣିରେ ଫୁଟାନ୍ତୁ । ସେହି ପାଣିକୁ ଥଣ୍ଡା ହେବାକୁ ଦିଅନ୍ତୁ । ଉଷୁମ ଥିବା ଅବସ୍ଥାରେ ସେହି ଗୋଟିଏ ଗ୍ଲାସ୍ ପାଣିରେ ଅଧା ଚାମଚ ମହୁ ମିଶାଇ ପିଅନ୍ତୁ । ଏହାକୁ ସବୁଦିନ ନିୟମିତ ପିଅନ୍ତୁ । ଦେଖିବେ ମାତ୍ର କିଛି ଦିନ ମଧ୍ୟରେ ଆପଣଙ୍କ ଡିପ୍ରେସନ୍ ଦୂର ହୋଇଯିବ । 

Leave a Reply

Your email address will not be published. Required fields are marked *