ହେଲଥ୍ ଟିପ୍ସ: ଭଲ ନିଦ ପାଇଁ ଆପଣାନ୍ତୁ ପୁଦିନା

ଭଲ ଓ ଗଭିର ନିଦ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାଏ । ଶୀଘ୍ର ଶୋଇବା, ଶୀଘ୍ର ଉଠିବା ଓ ଦିନକୁ ୮ ଘଣ୍ଟା ଶୋଇବା ଦ୍ୱାରା ଶାରିରୀକ ଓ ମାନସିକ ସୁସ୍ଥତା ବଜାୟ ରହିଥାଏ ବୋଲି ଡାକ୍ତରମାନେ କହିଥାନ୍ତି । କିନ୍ତୁ ଆଜିକାଲିର ଅନିୟମିତ ଜୀବନଶୈଳୀ ପାଇଁ ନିଦ୍ରାହିନତା ଏକ ବଡ଼ ରୋଗ ଭାବେ ଦେଖାଦେଇଛି । ସଠିକ୍ ନିଦ ନହେବା କାରଣରୁ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ତେଣୁ ସୁଖନିଦ୍ରା ପାଇଁ ସବୁଦିନ ନିଦ ମେଡିସିନ୍ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ।

ତେଣୁ ଏକ ସହଜ ଓ ସରଳ ଟିପ୍ସ ଦ୍ୱାରା ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ସାମାନ୍ୟ ଜଣାପଡ଼ୁଥିବା ପୁଦିନା ଏହି ସମସ୍ୟାର ସମାଧାନ ଦିଗରେ ବେଶ୍ ସହାୟକ । ଏଥିପାଇଁ ଆପଣ ଗୋଟିଏ ଗ୍ଲାସ୍ ପାଣିରେ ୧୨-୧୫ଟି ତାଜା ପୁଦିନା ପତ୍ର ଓ ଏକ ଚାମଚ ପୁଦିନା ପାଉଡର୍ ପକାଇ ଭଲ ଭାବେ ଫୁଟାନ୍ତୁ । ଫୁଟିବା ପରେ ଏହାକୁ ଛାଣିଦେଇ ସେହି ପାଣିରେ ୨ ଚାମଚ ମହୁ ମିଶାଇ ରାତି ଶୋଇବା ର୍ପୂବରୁ ପିଅନ୍ତୁ । ସବୁଦିନ ୩-୪ ସପ୍ତାହ ଏଭଳି କରିବା ପରେ ଦେଖିବେ ଆପଣଙ୍କ ନିଦ ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *