ଟାଇଫଏଡ୍ ର ଘରୋଇ ଉପଚାର
ସାଲମୋନେଲା ଟାଇଫି ନାମକ ବାକ୍ଟେରିଆ ଦ୍ୱାରା ଟାଇଫଏଡ୍ ହୋଇଥାଏ । ଏହି ବ୍ୟାକ୍ଟେରିଆ ରକ୍ତରେ ମିଶିବା ପରେ ଟାଇଫଏଡର ବିଭିନ୍ନ ଲକ୍ଷଣ ଦେଖାଯାଏ । ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟ ଓ ପାଣି ଦ୍ୱାରା ଟାଇଫଏଡ୍ ବ୍ୟାପିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଥାନ୍ତି । ଏହାର ଶୀଘ୍ର ଉପଚାର କରାଇନେବା ଅତ୍ୟନ୍ତ ଜରୁରୀ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଦ୍ୱାରା ଏହି ରୋଗ ଭଲ ହୋଇଥାଏ ।
କିନ୍ତୁ କିଛି ଘରୋଇ ଉପାୟ ମଧ୍ୟ ରହିଛି ଯାହାଦ୍ୱାରା କିଛିମାତ୍ରାରେ ଟାଇଫଏଡ୍ କମିପାରେ । ତେବେ ଆସନ୍ତୁ ଜାଣିବା –
୧- ଆପୁଲର ସିରକା ସହିତ ମହୁ ମିଶାଇ ଏକ ସପ୍ତାହ ପର୍ଯ୍ୟନ୍ତ ଲଗାତାର ପିଇବା ଫଳରେ ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ।
୨- କଦଳୀରେ ପେକ୍ଟିନ୍ ନାମକ ଏକ ସଲ୍ୟୁବଲ୍ ଫାଇବର୍ ତତ୍ୱ ରହିଛି, ଯାହା ଟାଇଫଏଡ୍ ରୋଗୀର ଜ୍ୱର ଓ ଝାଡ଼ା ସମସ୍ୟା ଦୂର କରେ । କଦଳୀକୁ ଚକଟି ଦହି କିମ୍ବା ମହୁ ସହିତ ଖାଆନ୍ତୁ ।
୩- ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଅକ୍ସିଡେଣ୍ଟ୍ ତତ୍ୱ ଥିବାରୁ ଏହା ଟାଇଫଏଡ୍ ରୋଗର ବିଭିନ୍ନ ଲକ୍ଷଣକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।
ଏହା ବ୍ୟତୀତ ତୁଳସୀ ପତ୍ରର ରସ ସହିତ ଏକଗ୍ଲାସ୍ ଉଷୁମ ପାଣି ପିଇବା ଦ୍ୱାରା ରୋଗୀକୁ ଆରାମ ମିଳିଥାଏ ।