ମୋଟା ହେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ହେଲଥ୍ ଟିପ୍ସ
ଆଜିର ଯୁବପିଢ଼ି ମୋଟାପା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାର ଉପାୟ ପରଖୁଛନ୍ତି । କିନ୍ତୁ ଏଭଳି କେତେଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଖୁବ୍ ପତଳା । ବିଭିନ୍ନ ହେଲଥ୍ ଡ୍ରିଙ୍କ୍ସ, ପ୍ରୋଟିନ୍ ପାଉଡର୍, ଜିମ୍ରେ କଷ୍ଟକର ୱାର୍କଆଉଟ୍ କରିବା ପରେ ମଧ୍ୟ ସେମାନେ ସ୍ୱାସ୍ଥ୍ୟବାନ୍ ହୋଇପାରନ୍ତି ନାହିଁ । ସେଭଳି କେତେଜଣ ବ୍ୟକ୍ତିଙ୍କ ପାଇଁ ଏକ ଘରୋଇ ଉପାୟ ରହିଛି ଯାହାଦ୍ୱାରା ଖୁବ୍ କମ୍ ଦିନରେ ସ୍ୱାସ୍ଥ୍ୟଲାଭ ହୋଇପାରିବ ।
ତେବେ ଆସନ୍ତୁ ଜାଣିବା ଏହି ହେଲଥ୍ ଟିପ୍ସ ସମ୍ପର୍କରେ – ଗୋଟିଏ ବଡ଼ କପ୍ ଖିର ଗରମ କରନ୍ତୁ । ଏହା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ସେଥିରେ ଗୋଟିଏ ବଡ଼ ଚାମଚ କିସମିସ୍ ବତୁରାଇ ଦିଅନ୍ତୁ । ୨-୩ ଘଣ୍ଟା ଏଭଳି ରହିବା ପରେ ସକାଳୁ ତାହାକୁ ବ୍ରେକଫାଷ୍ଟ୍ ସହିତ ଖାଆନ୍ତୁ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ୧ ଛୋଟ ଚାମଚ ଅଶ୍ୱଗନ୍ଧା ପାଉଡର୍କୁ ଏକ ଗ୍ଲାସ ଉଷୁମ ପାଣି ସହିତ ଖାଆନ୍ତୁ । ପ୍ରତିଦିନ ଏଭଳି କରିବା ଆବଶ୍ୟକ । ଏହା ସ୍ୱାସ୍ଥ୍ୟବର୍ଦ୍ଧକ ହେବା ସହିତ ଅନେକ ଛୋଟମୋଟ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । Best Training Courses and Providers in the United Arab Emirates https://learnician.com/uae/en .