ହେଲଥ୍ ଟିପ୍ସ: ଡାଇବେଟିସ୍ ନିୟନ୍ତ୍ରଣ ପାଇଁ ତେଜପତ୍ର

ଭାରତୀୟ ମସଲାରେ ତେଜପତ୍ରର ଏକ ବିଶେଷ ମହତ୍ୱ ରହିଛି । ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ଶୀଘ୍ର ହଜମ କରିବାରେ ସହାୟକ ହୋଇଥାଏ । କେବଳ ରୋଷେଇ ଘରେ ନୁହେଁ ଆର‌୍ୟୁବେଦରେ ମଧ୍ୟ ତେଜପତ୍ରର ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ସମ୍ପର୍କରେ ଉଲ୍ଲେଖ ରହିଛି । ଏହାକୁ ଅନେକ ରୋଗର ଉପଶମ ପାଇଁ ବ୍ୟବହାର କରାଯାଇଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଖୁବ୍ ଲାଭପ୍ରଦ ।\nତେଜପତ୍ରରେ ବିଭିନ୍ନ ପୋଷକ ତତ୍ୱ ସହିତ ଅଧିକ ପରିମାଣରେ ଭିଟାମିନ୍ ଏ, ସି, ଭିଟାମିନ୍ ବି ୬, ମ୍ୟାଗନିଜ୍, ଆଇରନ୍, ଫଲିକ୍ ଏସିଡ୍, ଓ ମିନେରାଲ୍ସ ରହିଛି, ଯାହାକି ବିଭିନ୍ନ ରୋଗ ଦୂର କରିବାରେ ସକ୍ଷମ । ଏହା ଇନସୁଲିନର ସ୍ତରକୁ ନିୟନ୍ତ୍ରଣ କରିଥାଏ । କେବଳ ଡାଇବେଟିସ୍ ନୁହେଁ, ବରଂ ହୃଦରୋଗ ଓ ଟେନସନ୍ ମଧ୍ୟ ଦୂର କରିଥାଏ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି ।

ଜର୍ଣ୍ଣାଲ୍ ଅଫ୍ ବାୟୋକେମିକାଲ୍ ନ୍ୟୁଟ୍ରିସନ୍ ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଟାଇପ୍ ୨ ଡାଇବେଟିସ୍ ରୋଗୀ ତେଜପତ୍ର ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜର ସ୍ତର କମ୍ ହେବା ସହିତ କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହି ଅଧ୍ୟୟନରେ ୩୦ ଦିନ ପର୍ଯ୍ୟନ୍ତ କେତେଜଣ ଟାଇପ୍ ୨ ଡାଇବେଟିସ୍ ରୋଗୀଙ୍କୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇ ପ୍ରତ୍ୟହ ୧,୨ ଓ ୩ ଗ୍ରାମର ତେଜପତ୍ର କ୍ୟାପସୁଲ୍ ଦିଆଯାଉଥିଲା । ୩୦ ଦିନ ଧରି ପରୀକ୍ଷା କରିବା ପରେ ସ୍ୱାସ୍ଥ୍ୟ ବିଜ୍ଞାନୀମାନେ ଜାଣିବାକୁ ପାଇଲେ ଯେ ତେଜପତ୍ରର ଅଧିକ ସେବନ କରୁଥିବା ରୋଗୀମାନଙ୍କ ଇନସୁଲିନ୍ ଓ କୋଲୋଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣରେ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଡାଇବେଟିସ୍ ରୋଗୀଙ୍କ ରୁଟିନ୍ ଡାଏଟରେ ତେଜପତ୍ର ସାମିଲ୍ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । 

Leave a Reply

Your email address will not be published. Required fields are marked *