ହେଲଥ୍ ଟିପ୍ସ: ବର୍ଷାଦିନରେ କାଛୁ କୁଣ୍ଡିଆର ଘରୋଇ ଉପଚାର

ବର୍ଷାଦିନରେ ପରିବେଶ ଅଧିକ ଆଦ୍ର ଥିବାରୁ ବ୍ୟାକ୍ଟେରିଆ ଜନିତ କାଛୁ କୁଣ୍ଡିଆ ହୋଇଥାଏ । ଗରମ ଦିନରେ ଅଧିକ ଝାଳ ଯୋଗୁଁ ମଧ୍ୟ ସ୍କିନ୍ ଡିଜିଜ୍ ଦେଖାଦେଇଥାଏ । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଅନ୍ୟ କାହାର ଚର୍ମ ସଂସ୍ପର୍ଶରେ ଆସିବା କିମ୍ବା ଅନ୍ୟ କାହାର ଜିନିଷ ବ୍ୟବହାର କରିବା କାରଣରୁ ମଧ୍ୟ ଯାଦୁ, କାଛୁ ଓ କୁଣ୍ଡିଆ ହେବା ଓ ଲାଲ୍ ହୋଇ ଫୁଲିଯିବା ଭଳି ଅନେକ ସ୍କିନ୍ ଡିଜିଜ୍ ହୋଇଥାଏ । ଏହାକୁ ଦୂର କରିବା ପାଇଁ ଅନେକ ପ୍ରକାର ମେଡିସିନ୍ ଖାଇବାକୁ ଓ ଲଗାଇବାକୁ ଡାକ୍ତରମାନେ କହିଥାନ୍ତି । କିନ୍ତୁ ଏଭଳି କିଛି ମଲମ ରହିଛି ଯାହାକୁ ଲଗାଇବା ଦ୍ୱାରା ସ୍କିନ୍ରେ କଳାଦାଗ ହୋଇଯାଇଥାଏ । କିଛି ମେଡିସନର ଅଧିକ ସାଇଡଇଫେକ୍ଟ ମଧ୍ୟ ରହିଛି ।

କିନ୍ତୁ ଏସବୁର ଏକ ଘରୋଇ ଉପଚାର ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା – ପ୍ରଥମେ ଗୋଟିଏ କଲରାକୁ ଭଲ ଭାବେ ଧୋଇ କାଟି ଦିଅନ୍ତୁ । ତାହାକୁ ଗ୍ରାଇଣ୍ଡ କରି ପେଷ୍ଟ୍ ବନାନ୍ତୁ । ଦୁଇଟି ପୂଜା କର୍ପୁରକୁ ଭାଙ୍ଗି ପାଉଡର୍ ବନାନ୍ତୁ । ଗୋଟିଏ ବାଉଲରେ ୧ ଚାମଚ ନଡ଼ିଆ ତେଲ, କର୍ପୁର ଗୁଣ୍ଡ ଓ ୧ ଚାମଚ କଲରା ପେଷ୍ଟ୍ ନେଇ ଭଲ ଭାବେ ମିଶାନ୍ତୁ । ଗୋଟିଏ କଟନ୍ ବଲ୍ ସାହାଯ୍ୟରେ ତାହାକୁ ନେଇ ସଂକ୍ରମିତ ସ୍ଥାନରେ ଲଗାନ୍ତୁ । ଏହାକୁ ରାତିରେ ଲଗାଇ ଶୋଇବା ଅଧିକ ଲାଭପ୍ରଦ । କିଛିଦିନ ଏଭଳି ନିୟମିତ ଲଗାଇବା ପରେ ସ୍କିନ୍ ଡିଜିଜ୍ ସବୁଦିନ ପାଇଁ ଭଲ ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *