ହେଲଥ୍ ଟିପ୍ସ: ଡାଏଟରେ ସାମିଲ୍ କରନ୍ତୁ ଏହି ୧୦ଟି ଜିନିଷ, ଦୂର ହେବ ଥାଇରଏଡ୍ ସମସ୍ୟା
୧- ଖାଦ୍ୟ ରାନ୍ଧିବା ସମୟରେ ନଡ଼ିଆ ତେଲର ବ୍ୟବହାର କରନ୍ତୁ । ଗୋଟିଏ ଗ୍ଲାସ୍ ଉଷୁମ ପାଣି କିମ୍ବା ଉଷୁମ ଖିର ସହିତ ଗୋଟିଏ ଛୋଟ ଚାମଚ ନଡ଼ିଆ ତେଲ ମଧ୍ୟ ଖାଇପ।।ରିବେ । ନଡ଼ିଆରେ ଥିବା ଫ୍ୟାଟି ଏସିଡ୍ ଥାଇରଏଡ୍ ଦୂର କରିବାରେ ବିଶେଷ ଫଳପ୍ରଦ ।
୨- ସବୁଦିନେ ଲଂଚ୍ ଓ ଡିନରରେ ହଦିର ସେବନ କରନ୍ତୁ । ଦହିକୁ ନେଇ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମଧ୍ୟ ଆପଣ ଖାଇପାରିବେ ।
୩- ଧନିଆ ପତ୍ରକୁ କଂଚା ଖାଇବା, ଜୁସ୍ କରି ପିଇବା କିମ୍ବା ଚଟଣୀ କରି ଖାଇବା ମଧ୍ୟ ଥାଇରଏଡ୍ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ । ଫୁଟଣରେ ମଧ୍ୟ ଧନିଆ ବ୍ୟବହାର କରିପାରିବେ ।
୪- ଯେ କୌଣସି ଆର୍ୟୁବେଦିକ୍ ଷ୍ଟୋରରୁ ଅଶ୍ୱଗନ୍ଧା ପାଉଡର୍ ଆଣି ତାହାର ୧ ଚାମଚ ଉଷୁମ ଖିରରେ ପ୍ରତିଦିନ ରାତି ଶୋଇବା ପୂର୍ବରୁ ଖାଆନ୍ତୁ ।
୫- ଥାଇରଏଡ୍ ରୋଗୀଙ୍କ ପାଇଁ ଅଦା ଏକ ମହୌଷଧି ଭଳି ।
୬- ପାଳଙ୍ଗ ଶାଗର ଜୁସ୍ କରି ପିଅନ୍ତୁ । ଲେମ୍ବୁ ରସ ମିଶାଇ ଏହାକୁ ସପ୍ତାହରେ ଅତିକମ୍ରେ ୩ଥର ପିଇବା ଦ୍ୱାରା ଥାଇରଏଡ୍ ଭଲ ହୋଇଥାଏ ।
୭- ଚୁନାମାଛ ଥାଇରଏଡ୍ ଦୂର କରିବାରେ ସାହାଯ୍ୟ କରିଥାଏ । ସପ୍ତାହରେ ୨ଥର ଚୁନାମାଛ ଖାଆନ୍ତୁ ।
୮- ଡାଲଚିନି ଶରୀରର ମେଟାବୋଲିଜିମ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ । ତେଣୁ ଥାଇରଏଡ୍ ରୋଗୀଙ୍କ ପାଇଁ ଡାଲଚିନି ଖାଇବା ଭଲ । ଏହା ଥକ୍କାପଣ ଓ ଟେନସନ୍ ଦୂର କରିବାରେ ମଧ୍ୟ ସହାୟକ ବୋଲି ଡାକ୍ତରମାନେ କହିଥାନ୍ତି ।
୯- କଂଚା ଗାଜର ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଗାଜରରେ ଥିବା ଭିଟା କ୍ୟାରୋଟିନ୍ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ । ପ୍ରତିଦିନ ଖାଦ୍ୟ ସହିତ ଗାଜରକୁ ସାଲାଡ୍ ଭାବେ ଖାଆନ୍ତୁ ।
୧୦- ପ୍ରତିଦିନ ଅଂଳା ପାଉଡରର ସେବନ କିମ୍ବା ଅଂଳା ଜୁସ୍ ପିଇବା ଦ୍ୱାରା ଧୀରେ ଧୀରେ ଥାଇରଏଡ୍ ସମସ୍ୟାରୁ ମୁକ୍ତି ମିଳଥାଏ । ଅଂଳା ପାଉଡରକୁ ଉଷୁମ ଖିର ସହିତ ଖାଇବା ଉଚିତ୍ ।