ହେଲଥ୍ ଟିପ୍ସ: ୫ମିନିଟରେ ଦୂର ହେବ ରକା ରହିବା ବା ପବନ ଅଟକିବା ସମସ୍ୟା

ଅନେକ ସମୟରେ ବେକ, ପିଠି କିମ୍ବା ଗୋଡ଼ରେ ପବନ ଅଟକି ଯାଇଥାଏ । ଯାହାକୁ ଆମେ ସାଧାରଣ ଭାଷାରେ କହୁ ରକା ରହିଯିବା । ଏହା ବହୁତ ଯନ୍ତ୍ରଣାଦାୟକ । ପେନ୍ ବାମ୍ କିମ୍ବା କୌଣସି ମେଡସିନ୍ ଖାଇବାର କିଛି ଦିନ ପରେ ଏଥିରୁ ମୁକ୍ତି ମିଳିଥାଏ । କିନ୍ତୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏଭଳି ଏକ ଘରୋଇ ଉପାୟ ରହିଛି ଯାହାଦ୍ୱାରା ୫-୧୦ ମିନିଟ୍ ଭିତରେ ଆରାମ୍ ମିଳିଥାଏ ।

ତେବେ ଆସନ୍ତୁ ଜାଣିବା –
ଗ୍ୟାସର ଆଂଚକୁ ଧିମା ରଖି ଏକ ଛୋଟ ପ୍ୟାନ୍ ବସାଇ ୨-୩ ଛୋଟ ଚାମଚ ନଡ଼ିଆ ତେଲ କିମ୍ବା ସୋରିଷ ତେଲ ଗରମ କରନ୍ତୁ । ତେଲ ଗରମ ହେବା ଭିତରେ ଗୋଟିଏ ଚାମଚ ଲବଙ୍ଗକୁ ଗୁଣ୍ଡ କରନ୍ତୁ । ୧/୨ ଚାମଚ ଲବଙ୍ଗ ଗୁଣ୍ଡକୁ ତେଲରେ ପକାଇ ଫୁଟିବାକୁ ଦିଅନ୍ତୁ । ଆଉ ୧/୨ ଚାମଚ ଲବଙ୍ଗ ଗୁଣ୍ଡରେ ୧ ଚାମଚ ମହୁ ମିଶାଇ ଖାଇବାକୁ ଦିଅନ୍ତୁ । ଏହାପରେ ସଙ୍ଗେ ସଙ୍ଗେ ଲବଙ୍ଗ ଫୁଟା ତେଲକୁ ରକା ରହିଥିବା ସ୍ଥାନରେ ମାଲିସ୍ କରନ୍ତୁ । କିନ୍ତୁ ମନେ ରଖନ୍ତୁ ଲବଙ୍ଗ ଓ ମହୁ ଖାଇବା ସଙ୍ଗେ ସଙ୍ଗେ ତେଲକୁ ମାଲିସ୍ କରିବା ଆବଶ୍ୟକ । ଏହା ଦ୍ୱାରା ୫-୧୦ ମିନିଟ୍ ଭିତରେ ଆରାମ୍ ମିଳିବ ।

Leave a Reply

Your email address will not be published. Required fields are marked *