ହେଲଥ୍ ଟିପ୍ସ: ଟେନସନ୍ ଓ ଚିଡ଼ଚିଡ଼ାପଣ ଦୂର କରିବା ପାଇଁ ଡାଏଟରେ ସାମିଲ୍ କରନ୍ତୁ ଏହିସବୁ ଖାଦ୍ୟ
ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ପାଇଁ ପ୍ରାୟ ବ୍ୟକ୍ତି ହାଇପର୍ ଟେନସନ୍ ଓ ଚିଡ଼ଚିଡ଼ାପଣର ଶିକାର ହେଉଛନ୍ତି । ଏହା ଯୋଗୁଁ ଅନେକ ପ୍ରକାର ମାରାତ୍ମକ ରୋଗ ସୃଷ୍ଟି ହେଉଛି । ତେଣୁ ଟେନସନ୍ ଓ ଚିଡ଼ଚିଡ଼ାପଣକୁ ଦୂର କରିବା ପାଇଁ ଲାଫ୍ କ୍ଲବ୍ ଓ ଯୋଗାଭ୍ୟାସର ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଦୁଇଟି ଉପାୟ ବ୍ୟତୀତ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ପ୍ରତିଦିନ ଡାଏଟରେ ସାମିଲ୍ କରିବା ଦ୍ୱାରା ଚିଡ଼ଚିଡ଼ାପଣ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା –
୧- ଅଣ୍ଡା
ଅଣ୍ଡାରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନ୍ ଓ ଭିଟାମିନ୍ ଟେନସନ୍ ଦୂର କରିବା କ୍ଷେତ୍ରରେ ରାମବାଣ ଔଷଧ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଛନ୍ତି ।
୨- ନଡ଼ିଆ
ନଡ଼ିଆରେ ମିଡିୟମ୍ ଚେନ୍ ଫ୍ୟାଟି ନାମକ ଏକ ଗୁଣ ରହିଛି । ତେଣୁ ପ୍ରତିଦିନ ନଡ଼ିଆ ଖାଇବା ଉଚିତ୍ । ଏହା ଆପଣଙ୍କ ମାନସିକ ଅବସାଦକୁ କମ୍ କରିବା ସହିତ ମନ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
୩- କଦଳୀ
ପ୍ରତଦିନ ବ୍ରେକଫାଷ୍ଟରେ ନିଶ୍ଚିତ ଭାବେ ଗୋଟିଏ କଦଳୀ ଖାଆନ୍ତୁ । ଏଥିରେ ଥିବା ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ କାର୍ବୋହାଇଡ୍ରେଡ୍ ଶରୀରର କୋଷ ଓ ସ୍ନାୟୁତନ୍ତ୍ରକୁ ସୁସ୍ଥ ରଖିଥାଏ । ଫଳରେ ରକ୍ତପ୍ରବାହ ଠିକ୍ ରହେ ଏବଂ ଏହା ଦ୍ୱାରା ଟେନସନ ଦୂର ହୋଇଥାଏ ।
୪- ଅଖରୋଟ୍
ଡ୍ରାଏ ଫୁଡସ୍ ଭାବେ ଆପଣ ସ୍ନାକ୍ସ ସହିତ ଅଖରୋଟ୍କୁ ସାମିଲ କରନ୍ତୁ । ଅଖରୋଟ ଖାଇବା ଦ୍ୱାରା ଶରୀରରେ ସେରୋଟୋନିନ୍ ନାମକ ଏକ ହରମୋନର ସ୍ତର ନିୟନ୍ତ୍ରୀତ ହୋଇଥାଏ । ତେଣୁ ଏହା ଦ୍ୱାରା ଟେନସନ୍ ଦୂର ହେବା ସହ ଭଲ ନିଦ ଆସିଥାଏ ।
୫- ଲେମ୍ବୁ
ଭିଟାମିନ୍ ସି ଖାଇବା ଦ୍ୱାରା ଚିଡ଼ଚିଡ଼ାପଣ ଦୂର ହେବା ସହ ଶରୀରର ଏନର୍ଜି ଲେଭଲ୍ ବୃଦ୍ଧି ହୋଇଥାଏ । ତେଣୁ ଲେମ୍ବୁରେ ସବୁଠାରୁ ଅଧିକ ଭିଟାମିନ୍ ସି ଥିବାରୁ ଏହାକୁ ପ୍ରତିଦିନ ଡାଏଟରେ ସାମିଲ୍ କରିବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ହିତକର ।