ହେଲଥ୍ ଟିପ୍ସ: ସକାଳୁ ଖାଆନ୍ତୁ କେବଳ ଦୁଇଟି ପତ୍ର, ଦୂର ହେବ ଡାଇବେଟିସ୍

ଆଜିକାଲି ଅଧିକାଂଶ ବ୍ୟକ୍ତି ଡାଇବେଟିସରେ ପୀଡ଼ିତ । ଏହାକୁ ଦୂର କରିବା ପାଇଁ ଯେଉଁସବୁ ମେଡିସିନ୍ ରହିଛି, ତାହାକୁ ଖାଇବା ଦ୍ୱାରା ଅନେକ ସାଇଡ୍ ଇଫେକ୍ଟ ଦେଖାଯାଉଛି । ତେଣୁ ଏବେ ଏଲୋପାଥିକ୍ ବଦଳରେ ଡାଇବେଟିସ୍ ରୋଗୀ ଆର‌୍ୟୁବେଦକୁ ଗୁରୁତ୍ୱ ଦେଉଛନ୍ତି । ଆର‌୍ୟୁବେଦର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଡାଇବେଟିସ୍ ଦୂର କରିବା ପାଇଁ ବିଶେଷ ଭାବେ କିଛି ପତ୍ର ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ସେସବୁ ପତ୍ରକୁ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଡାଇବେଟିସ୍ ଭଲ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା –
୧- ଡାଇବେଟିସ୍ ରୋଗୀଙ୍କ ପାଇଁ ଅମୃତଭଣ୍ଡା ପତ୍ର ବେଶ୍ ଲାଭକାରୀ । ପ୍ରତିଦିନ ସକାଳୁ ୬-୭ଟି ଅୃତଭଣ୍ଡାର ପତ୍ରକୁ ଗୋଟିଏ ଗ୍ଲାସ୍ ପାଣିରେ ସିଝାଇ ଦିଅନ୍ତୁ । ତାହାକୁ ଛାଣି ଦିଅନ୍ତୁ । ସକାଳେ ଖାଲିପେଟରେ ସେହି ପାଣିକୁ ପିଇବା ଦ୍ୱାରା ଧୀରେ ଧୀରେ ଡାଇବେଟିସ୍ ଭଲ ହୋଇଥାଏ । ଏହା କିଡନି ସମ୍ପନ୍ଧୀୟ ରୋଗ ମଧ୍ୟ ଭଲ କରିଥାଏ ।
୨- ଡାଇବେଟିସ୍ ରୋଗୀଙ୍କୁ ଆମ୍ବ ଖାଇବା ପାଇଁ ଡାକ୍ତରମାନେ ବାରଣ କରିଥାନ୍ତି । କିନ୍ତୁ ଆମ୍ବ ପତ୍ର ଏହି ରୋଗ ଦୂର କରିବା କ୍ଷେତ୍ରରେ ଏକ ଭଲ ବିକଳ୍ପ । ଆମ୍ବପତ୍ରକୁ ଆଣି ଖରାରେ ଶୁଖାଇ ଗୁଣ୍ଡ କରି ରଖନ୍ତୁ । ଖାଇବାର ଅଧଘଣ୍ଟା ପୂର୍ବରୁ ୧ ଚାମଚ ଗୁଣ୍ଡ ନେଇ ଉଷୁମ ପାଣିରେ ଗୋଳାଇ ପିଅନ୍ତୁ ।
୩- ତୁଳସୀ ପତ୍ର ମଧ୍ୟ ଡାଇବେଟିସ୍ ରୋଗୀଙ୍କ ପାଇଁ ହିତକର । ସକାଳୁ ଖାଲିପେଟରେ ୫-୬ଟି ତୁଳସୀ ପତ୍ର ଚୋବାଇ ଖାଆନ୍ତୁ । ଏହା ବ୍ଲଡସୁଗାରକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ଅନ୍ୟ କୌଣସି ପେଟ ସମସ୍ୟା ଓ ବର୍ଷାଦିନରେ ଥଣ୍ଡା କାଶ ପାଇଁ ମଧ୍ୟ ତୁଳସୀ ପତ୍ରର ରସ ମହୌଷଧି ଭଳି ।

Leave a Reply

Your email address will not be published. Required fields are marked *