ଗ୍ରୀନ୍ ମଟର ଖାଆନ୍ତୁ ମୋଟାପା କମାନ୍ତୁ, ଜାଣନ୍ତୁ ଆଉ କିଛି ଲାଭକାରୀ ଗୁଣ
ମୋଟାପା କମାଇବା ପାଇଁ ପ୍ରାୟ ସମସ୍ତେ ଜିମ୍ ଯିବା ସହିତ ଡାଏଟ୍ କଣ୍ଟ୍ରୋଲ୍ କରିଥାନ୍ତି । ଆଉ କେତେଜଣ କମ୍ କ୍ୟାଲେରିଯୁକ୍ତ ଖାଦ୍ୟ ଖାଇଥାନ୍ତି । ମୋଟାପା ଦୂର କରିବା ପାଇଁ ଆହୁରି ଅନେକ କିଛି ଘରୋଇ ଓ ଡାକ୍ତରୀ ଉପାୟ ମଧ୍ୟ ରହିଛି । କିନ୍ତୁ ଏସବୁ କିଛି ନକରି କେବଳ ଗୋଟିଏ ସରଳ ଓ ସହଜ ଉପାୟ ରହିଛି, ଯାହାଦ୍ୱାରା କିଛି ମାସ ମଧ୍ୟରେ ହିଁ ଆପଣଙ୍କ ଓଜନ କମିଯିବ ଏବଂ ଆପଣ ଦେଖାଯିବେ ଫ୍ୟାଟରୁ ଫିଟ୍ । ତେବେ ଏହି ଉପାୟଟି ହେଉଛି ଆପଣ ପ୍ରତିଦିନ ଖାଇବାରେ ଗ୍ରୀନ୍ ମଟରକୁ ସାମିଲ୍ କରନ୍ତୁ । ବିଭିନ୍ନ ପ୍ରକାର ତରକାରୀରେ କିମ୍ବା କେବଳ ମଟରକୁ ସିଝାଇ ଆପଣ ଖାଇପାରିବେ । ମଟରରେ କୋଲେଷ୍ଟ୍ରଲ୍ ଓ କ୍ୟାଲୋରି କମ୍ ଥାଏ । ଫଳରେ ଏହା ମେଦବୃଦ୍ଧିକୁ ରୋକିବା ସହ ଶରୀରର ଶକ୍ତିସ୍ତରକୁ ବଢ଼ାଇଥାଏ । ୧ କପ୍ ମଟରରେ ୧୧୮ କ୍ୟାଲୋରି ଅଛି ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ କହିଛନ୍ତି ।
କେବଳ ମୋଟାପା କମାଇବା କ୍ଷେତ୍ରରେ ନୁହେଁ, ମଟରରେ ଥିବା ନିୟାସିନ୍ ନାମକ ପୋଷକ ତତ୍ୱ କୋଲେଷ୍ଟ୍ରଲ୍ ହ୍ରାସ୍ କରିଥାଏ । ଫଳରେ ହୃଦ୍ରୋଗ ହେବାର ଆଶଙ୍କା କମ୍ ଥାଏ । ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ମଟର ବ୍ଲଡପ୍ରେସର୍ ରୋଗୀଙ୍କ ପାଇଁ ଭଲ । ମଟର ସୁପ୍ ପ୍ରସ୍ତୁତ କରି ଆପଣ ଖାଇପାରିବେ । ମଟରରେ ଭରପୁର ମାତ୍ରାରେ ଫାଇବର୍ ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଶିଶୁମାନଙ୍କ ପାଇଁ ମଟର ହେଉଛି ସବୁଠାରୁ ହେଲଥି ଫୁଡ୍ । ତେବେ ମଟରକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ୍ କରନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ ।