ହେଲଥ୍ ଟିପ୍ସ: ଖାଆନ୍ତୁ ଘିଅ, ଜାଣନ୍ତୁ ଏହାର ବିଶେଷ ଫାଇଦା

ପ୍ରତିଦିନର ରୁଟିନ୍ ଡାଏଟରେ କ’ଣ ଖାଇବେ ଓ କେତେ ପରିମାଣରେ ଖାଇବେ, ତାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏ ସମ୍ପର୍କରେ ଡାଇଟିସିଆନମାନେ ଅନେକ କିଛି ପରାମର୍ଶ ଦେଇଥାନ୍ତି । ନିଜର ଡାଏଟରେ ପ୍ରତିଦିନ କିଛି ଫ୍ୟାଟ୍ ବା ଚର୍ବିଯୁକ୍ତ ଖାଦ୍ୟ ସାମିଲ୍ କରିବା ଭଲ । ଏ କ୍ଷେତ୍ରରେ ସାକାହାରୀଙ୍କ ପାଇଁ ଘିଅ ହେଉଛି ସବୁଠାରୁ ଭଲ ବିକଳ୍ପ ।

ଘିଅରେ ଓମେଗା ୯ ଫ୍ୟାଟି ଏସିଡ୍, ଓମେଗା ୩ ଫ୍ୟାଟି ଏସିଡ୍, ଭିଟାମିନ୍, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡେଣ୍ଟ୍ ଭଳି ଅନେକ ପୋଷକ ତତ୍ୱ ରହିଛି, ଯାହାକି ଏକ ସୁସ୍ଥ ଶରୀର ପାଇଁ ଆବଶ୍ୟକ । କିନ୍ତୁ ଏହାର କିଛି କୁପ୍ରଭାବ ମଧ୍ୟ ରହିଛି । ତେଣୁ ପ୍ରତିଦିନ ଅତିକମରେ ୫୦ ଗ୍ରାମ୍ ଘିଅ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ଘିଅ ଖାଇବାର ଲାଭକାରୀ ଗୁଣ –
୧- ଘିଅ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
୨- ସ୍ମରଣ ଶକ୍ତି ବୃଦ୍ଧି କରିବାରେ ଘିଅର ମୁଖ୍ୟ ଭୂମିକା ରହିଛି ଏବଂ ମାନସିକ ସନ୍ତୁଳନ ରକ୍ଷା ହୋଇଥାଏ ।
୩- ଘିଅ ହଜମ ଶକ୍ତି ବଢାଇବା ସହ ଏନର୍ଜି ଲେଭଲ୍ ବଢ଼ାଇଥାଏ । ଫଳରେ ସ୍ପୁର୍ତ୍ତି ଆସିଥାଏ ।
୪- ଶିଶୁମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଘିଅ ଖାଇବା ଆବଶ୍ୟକ ।
୫- ଏହା ଟେନସନ୍ ଦୂର କରିଥାଏ ।
୬- ଘିଅ ଖାଇବା ଦ୍ୱାରା ତ୍ୱଚାଜନିତ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published.