ହେଲଥ୍ ଟିପ୍ସ: ଏହି ୫ଟି ରୋଗରୁ ମୁକ୍ତି ଦେଇଥାଏ ପୋଇପତ୍ର
ପୋଇପତ୍ର ଓ ଏହାର ଡଙ୍କକୁ ତରକାରୀ କରି ଖାଇବାକୁ ଖୁବ୍ ଭଲ ଲାଗେ । ଅନେକ ବ୍ୟକ୍ତି ଏହାକୁ ଭଜା କିମ୍ବା ସୁପ୍ କରି ଖାଇଥାନ୍ତି । ପୋଇରେ ଭରପୁର ମାତ୍ରାରେ ଥିବା ଭିଟାମିନ୍, ଫଲିକ୍ ଏସିଡ୍, କ୍ୟାଲସିୟମ୍, କ୍ୟାଲୋରି, ପ୍ରୋଟିନ୍, କାର୍ବୋହାଇଡ୍ରେଡ୍, ଫ୍ୟାଟ୍, ଫାଇବର୍ ଓ ଆଇରନ୍ ଶରୀରକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ଓ ଏନର୍ଜି ସ୍ତରକୁ ମଧ୍ୟ ବଢାଇଥାଏ ।
କେବଳ ଏତିକି ନୁହେଁ, ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ମତରେ ପୋଇ ଖାଇବା ଦ୍ୱାରା ୫ଟି ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା-
୧- ପୋଇ ପତ୍ର ଖାଇବା ଦ୍ୱାରା ରକ୍ତହୀନତା ଦୂର ହେବା ସହ ହୃଦରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଥାଏ । ପୋଇ ହିମୋଗ୍ଲୋବିନ୍ ସମସ୍ୟା ଦୂର କରିଥାଏ । ଏନିମିଆ ରୋଗୀଙ୍କ ପାଇଁ ପୋଇ ଏକ ମହୌଷଧି ଭଳି ।
୨- କେଶଜନିତ ସମସ୍ତ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଆପଣ ପ୍ରତିଦିନ ଡାଏଟରେ ପୋଇକୁ ସାମିଲ୍ କରନ୍ତୁ ।
୩- ତ୍ୱଚା ସମ୍ବନ୍ଧିତ ଯେ କୌଣସି ସମସ୍ୟା ଦୂର କରିବା ପାଇଁ ପୋଇ ପତ୍ରକୁ ବାଟି ସେଥିରେ କିଛି ବୁନ୍ଦା ଲେମ୍ବୁ ରସ ଓ ଗ୍ଲିସେରିନ୍ ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଲଗାଇବା ଦ୍ୱାରା ଆଲର୍ଜି ଓ ସନବର୍ଣ୍ଣ ଦୂର ହୋଇଥାଏ ।
୪- ହଜମ ସମସ୍ୟା ଦୂର କରିବା କ୍ଷେତ୍ରରେ ମଧ୍ୟ ପୋଇ ଡଙ୍କ ଖୁବ୍ ସହାୟକ ।
୫- ପେଟ ଚର୍ବି କମାଇବା ପାଇଁ ପୋଇ ଜୁସ୍ ସବୁଠାରୁ ଭଲ ବିକଳ୍ପ ।