ହେଲଥ୍ ଟିପ୍ସ: ଆଣ୍ଠୁଗଣ୍ଠି ଦରଜ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଏହି ତେଲ
ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଆଣ୍ଠୁଗଣ୍ଠି ଦରଜ ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ହାଇପାୱାର୍ ମେଡିସିନ୍ ଖାଇବା ଦ୍ୱାରା ସାଇଡ୍ ଇଫେକ୍ଟ ଦେଖାଦେଉଛି । ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଆର୍ୟୁବେଦିକ ଔଷଧର ମଧ୍ୟ କୁ ପ୍ରଭାବ ରହିଛି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ମସାଜ୍ ହିଁ ସବୁଠାରୁ ଭଲ ଉପାୟ । ଏଥିପାଇଁ ଆପଣ ଘରେ ହିଁ ଏକ ବିଶେଷ ପ୍ରକାର ତେଲ ପ୍ରସ୍ତୁତ କରିପାରିବେ । ଏହାକୁ ଦିନରେ ଥରେ ହାଲକା ଭାବେ ମସାଜ୍ କରିବା ଦ୍ୱାରା ଆଣ୍ଠୁଗଣ୍ଠି ସହିତ ମାଂସପେଶୀଜନିତ ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
ତେବେ ଆସନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ଏହି ତେଲ –
ଗୋଟିଏ ଛୋଟ କରେଇରେ ୩ ଚାମଚ ସୋରିଷ ତେଲ ନିଅନ୍ତୁ । ଏହାକୁ ୫-୬ ମିନିଟ୍ ଗରମ ହେବାକୁ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ୫-୬ କୋଲା ରସୁଣ, ୧ ଟି ସ୍ପୁନ୍ ଜୁଆଣୀ ପକାଇ ଭଲ ଭାବେ ଫୁଟାନ୍ତୁ । ଫୁଟିବା ପରେ ତେଲର ରଙ୍ଗ ବଳଦି ଗଲେ ତାହାକୁ ଗ୍ୟାସରୁ ଓହ୍ଲାଇ ଆଣନ୍ତୁ । ୨ଟି ପୂଜା କପ୍ରୂରକୁ ଗୁଣ୍ଡ କରି ଏହି ଗରମ ତେଲରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ତେଲ ଥଣ୍ଡା ହେବା ପରେ ଏହାକୁ ଗୋଟିଏ କାଚ ବୋତଲରେ ରଖିଦିଅନ୍ତୁ । ଏହାକୁ ୧ ସପ୍ତାହ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ରଖନ୍ତୁ । ୭ ଦିନ ପରେ ଏହାକୁ ହାତରେ ନେଇ ହାଲକା ଭାବେ ମସାଜ୍ କରନ୍ତୁ । ବ୍ୟବହାର କରିବା ପରେ ମଧ୍ୟ ପ୍ରତିଦିନ ଏହାକୁ ସୂର୍ଯ୍ୟକିରଣରେ ରଖିବା ଆବଶ୍ୟକ । ଶୋଇବା ପୂର୍ବରୁ ଏହି ତେଲ ମାଲିସ୍ କରିବା ଭଲ । କାରଣ ଏହି ତେଲ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ । ଏଭଳି କରିବା ଦ୍ୱାରା ଧୀରେ ଧୀରେ ଆଣ୍ଠୁଗଣ୍ଠି ଦରଜ ସମ୍ପୂର୍ଣ୍ଣ ଦୂର ହୋଇଯାଏ ।