ହେଲଥ୍ ଟିପ୍ସ: ଇୟରଫୋନ୍ ଦ୍ୱାରା ହୋଇପାରେ କ୍ୟାନ୍ସର୍, ଆହୁରି ଅନେକ ମାରାତ୍ମକ ରୋଗର ବାହକ

ମୋବାଇଲ୍ ଫୋନ୍ ଅଧିକ ବ୍ୟବହାର କଲେ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ଚେତାବନୀ ଦେଇଥିଲେ । ଏବେ ଆଉ ଏକ ଗବେଷଣାରୁ ଜଣାପଡ଼ିଛି ଯେ କେବଳ ମୋବାଇଲ୍ ନୁହେଁ ଅଧିକ ସମୟ ଇୟରଫୋନର ବ୍ୟବହାର କଲେ ମଧ୍ୟ କ୍ୟାନ୍ସର୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମୋବାଇଲ୍ ଭଳି ଇୟରଫୋନ୍ ଓ ହାଇ କ୍ୱାଲିଟି ଯୁକ୍ତ ହେଡ୍ଫୋନରୁ ବାହାରୁଥିବା ରେଡିଏସନ୍ ଓ ମ୍ୟାଗ୍ନେଟିକ୍ ଇଫେକ୍ଟ ଶରୀର ପାଇଁ ଖୁବ୍ କ୍ଷତିକାରକ ବୋଲି ରିସର୍ଚରୁ ଜଣାପଡ଼ିଛି । କେବଳ କ୍ୟାନ୍ସର୍ ନୁହେଁ ଇୟରଫୋନ୍ ଆହୁରି ଅନେକ ପ୍ରକାର ମାରାତ୍ମକ ରୋଗର କାରଣ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଅଧିକ ସମୟ ଇୟରଫୋନ୍ ବ୍ୟବହାର କରିବା ଦ୍ୱାରା କ’ଣ ସବୁ ରୋଗ ହୋଇଥାଏ । –
୧- ହାର୍ଟ ପ୍ରୋବଲେମ୍ ଓ କ୍ୟାନ୍ସର୍

ହେଡ ଫୋନ୍ କିମ୍ବା ଇୟରଫୋନ୍ ଦ୍ୱାରା ଅଧିକ ସମୟ ହାଇ ଭୋଲ୍ୟୁମ୍ ଦେଇ ଗୀତ ଶୁଣିଲେ ହୃଦ୍ ସ୍ପନ୍ଦନର ଗତି ବଢିଯାଇଥାଏ । ଫଳରେ ରକ୍ତ ପ୍ରଭାବ ଓ କୋଷିକାଗୁଡ଼ିକ ପ୍ରଭାବିତ ହୋଇଥାଏ । ତେଣୁ ଅନେକ ପ୍ରକାର ହାର୍ଟ ପ୍ରୋବଲେମ୍ ଦେଖାଦେଇଥାଏ । ଇୟରଫୋନରୁ ବାହାରୁଥିବା ରେଡିଏସନ୍ ଯୋଗୁଁ କ୍ୟାନ୍ସର୍ ହେବାର ସମ୍ଭାବନା ଥାଏ ।
୨- ଅତ୍ୟଧିକ ମୁଣ୍ଡବିନ୍ଧା ଓ ଅନିଦ୍ରା
ଇୟରଫୋନର ପ୍ରଭାବ ସବୁଠାରୁ ଅଧିକ ମସ୍ତିଷ୍କ ଉପରେ ପଡ଼ିଥାଏ । ଫଳରେ ନିଦ ନ ହେବା, ଚିଡ଼ଚିଡ଼ା ହେବା, କିମ୍ବା ଅଧିକ ମୁଣ୍ଡବିନ୍ଧାର ମୁଖ୍ୟ କାରଣ ହୋଇଥାଏ ବୋଲି ସ୍ୱାସ୍ୱ୍ୟବିଜ୍ଞାନୀମାନେ ରିସର୍ଚରୁ ଜାଣିଛନ୍ତି ।
୩- କମ୍ ଶୁଣାଯିବା ଓ କାନ ସଂକ୍ରମଣ
ଇୟରଫୋନ୍ କିମ୍ବା ହେଡଫୋନର ସିଧାସଳଖ ଓ ସବୁଠାରୁ ଅଧିକ ପ୍ରଭାବ ପଡ଼ିଥାଏ କାନ ଉପରେ । ଜଣେ ବ୍ୟକ୍ତିର ଶୁଣିବା କ୍ଷମତା ଥାଏ ୯୦ ଡେସିବଲ୍ । କିନ୍ତୁ ଇୟରଫୋନର ବ୍ୟବହାର ଯୋଗୁଁ ଏହାର କ୍ଷମତା ହ୍ରାସ ହୋଇ ୪୦-୫୦ ଡେସିବଲ୍ ହୋଇଯାଏ । ତେଣୁ ଏହାଯୋଗୁଁ କମ୍ ଶୁଣାଯାଇଥାଏ । ଏହା ବ୍ୟତୀତ ଅନେକ ବ୍ୟକ୍ତି ଅନ୍ୟମାନଙ୍କର ଇୟରଫୋନ୍ ବ୍ୟବହାର କରିଥାନ୍ତି । ଏହାଦ୍ୱାରା କାନ ସଂକ୍ରମଣ ମଧ୍ୟ ହୋଇପାରେ । ଇୟରଫୋନର ବ୍ୟବହାର ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଭାବେ କାଲା ମଧ୍ୟ କରିଦେଇପାରେ ।

Leave a Reply

Your email address will not be published. Required fields are marked *