ହେଲଥ୍ ଟିପ୍ସ୍: ଶୋଇବା ପୂର୍ବରୁ ଖାଆନ୍ତୁ ଏହିସବୁ ଜିନିଷ, ଦୂର ହେବ ନିଦ୍ରାହୀନତା
ଆଜିର ସମୟରେ ନିଦ୍ରାହୀନତା ଏକ ବଡ଼ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି । ନିଦ୍ରାହୀନତା ଆହୁରି ଅନେକ ରୋଗର ସୃଷ୍ଟି କରିବାର ମୁଖ୍ୟ କାରଣ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି । ତେଣୁ ନିଦ୍ରାହୀନତାକୁ କେବେ ମଧ୍ୟ ଅଣଦେଖା କରନ୍ତୁ ନାହିଁ । ଶୋଇବା ପୂର୍ବରୁ ନିଜ ଡାଏଟରେ ଏଭଳି କିଛି ଜିନିଷ ସାମିଲ୍ କରନ୍ତୁ, ଯାହାକି ନିଦ୍ରାହୀନତା ଦୂର କରିବା ସହ ରୋଗପ୍ରତିରୋଧକ ଶକ୍ତି ଓ ଏନର୍ଜି ଲେଭଲ୍ ବୃଦ୍ଧିରେ ସହାୟକ ହେବ ।
ତେବେ ଆସନ୍ତୁ ଜାଣିବା ସେସବୁ ଜିନିଷଗୁଡ଼ିକ କ’ଣ –
୧- ବାଦାମ୍
ଡିନର୍ ପରେ ପ୍ରତ୍ୟେକ ଦିନ ୫-୬ଟି ବାଦାମ୍ ଖାଆନ୍ତୁ । ବାଦାମରେ ଥିବା ମ୍ୟାଗ୍ନେସିୟମ୍, ରାଇବୋଫ୍ଲୋବିନ୍ ଓ ଫସଫରସ୍ ଶରୀରରେ ମେଲାଟୋନିନ୍ ନାମକ ଏକ ହରମୋନକୁ ନିୟନ୍ତ୍ରଣ କରିଥାଏ । ଏହା ଫଳରେ ନିଦ ଠିକ୍ ହୁଏ ।
୨- କିୱି
ଏକ ମଧ୍ୟମ ଧରଣର କିୱିରେ ୫୦% କ୍ୟାଲୋରି ଓ ୩୮ ପ୍ରତିଶତ ଭିଟାମିନ୍ ରହିଛି, ଯାହାକୁ ଖାଇବା ଦ୍ୱାରା ନିଦ ଗଭୀର ଓ ପର୍ଯ୍ୟାପ୍ତ ପରିମାଣରେ ହୋଇଥାଏ । କିୱି ସହିତ ଅଖରୋଟ୍ ଖାଇବା ଅଧିକ ଲାଭପ୍ରଦ ହୋଇଥାଏ ।
୩- ଫ୍ୟାଟି ଫିସ୍
ଏହାକୁ ପ୍ରତିଦିନ ଡିନରରେ ସାମିଲ କରିବା ସମ୍ଭବ ନୁହେଁ । କିନ୍ତୁ ସପ୍ତାହରେ ୨ରୁ ୩ଥର ଏହାକୁ ଡିନର୍ ଡାଏଟରେ ସାମିଲ କରନ୍ତୁ । ଏଥିରେ ଥିବା ଇପିଏ ଓ ଡିଏଚଏ ମାନସିକ ଅବସାଦ କମାଇଥାଏ । ଫଳରେ ନିଦ୍ରାହୀନତା ସମସ୍ୟା ଦୂର ହୋଇଥାଏ ।
୪- ଡିନର୍ ପରେ ପ୍ରତ୍ୟେକ ଦିନ ଖିର ପିଇବା ପାଇଁ ଅଭ୍ୟାସ କରନ୍ତୁ । ଏହା ଦ୍ୱାରା ଏନର୍ଜି ଲେଭଲ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଉଷୁମ ଖିର ପିଇବା ଦ୍ୱାରା ଶରୀରରେ ଥିବା ମେଲାଟୋନିନ୍ ନାମକ ହରମୋନ୍ ସ୍ତର ନିୟନ୍ତ୍ରଣ ରହିଥାଏ । ବୟସ୍କ ବ୍ୟକ୍ତିଙ୍କ ନିଦ୍ରାହୀନତା ଦୂର କରିବା ପାଇଁ ଖିର ସବୁଠାରୁ ଭଲ ବିକଳ୍ପ ।