ହଜମ ଶକ୍ତି ବଢାଇବା ପାଇଁ କରନ୍ତୁ ଏହି ସହଜ କାମ
ହଜମ ଶକ୍ତି ବଢାଇବା ପାଇଁ କିଏ ୱାର୍କଆଉଟ୍ କରୁଛନ୍ତି ତ ଆଉ କିଏ ବିଭିନ୍ନ ମେଡିସନ୍ ନେଉଛନ୍ତି । କେତୋଟି ଘରୋଇ ଉପାୟ କିମ୍ବା ଆର୍ୟୁବେଦିକ୍ ମେଡିସିନ୍ ଦ୍ୱାରା ମଧ୍ୟ ହଜମ ଶକ୍ତି ବଢାଇହେବ । ଏଥିପାଇଁ ଆପଣଙ୍କୁ ସମୟ ବାହାର କରିବାକୁ ପଡ଼ିବ ଏବଂ କିଛି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ହେବ । କିନ୍ତୁ ଆପଣ ଜାଣିଛନ୍ତି କି କେବଳ ଗୀତ ଶୁଣି ଶୁଣି ଆପଣ ହଜମ ଶକ୍ତି ବଢାଇପାରିବେ । କେବଳ ହଜମ ଶକ୍ତି କାହିଁକି ଗୀତ ଶୁଣିବା ଦ୍ୱାରା ଆପଣ ଆଉ କିଛି ରୋଗରୁ ମଧ୍ୟ ମୁକ୍ତି ପାଇପାରିବେ । ଆଜିକାଲି ଏହି ମ୍ୟୁଜିକ୍ ଥେରାପି ସବୁଠାରୁ ଲାଭପ୍ରଦ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ କହିଛନ୍ତି । ତେବେ ଆସନ୍ତୁ ଜାଣିବା –
୧- କୌଣସି କଥାରେ ଯଦି ଆପଣଙ୍କ ମୁଡ୍ ଖରାପ ଅଛି ତେବେ ଗୀତ ଶୁଣନ୍ତୁ । ଏହା ଦ୍ୱାରା ଶରୀରରେ ନ୍ୟୁରୋକେମିକାଲ୍ ଡୋପାମାଇନ୍ ନାମକ ଏକ ପ୍ରକାର ରସାୟନିକ ରିଲିଜ୍ ହୋଇଥାଏ । ଫଳରେ ଆପଣଙ୍କୁ ଫିଲ୍ ଗୁଡ୍ ଅନୁଭବ ଆସିଥାଏ । ଏହା ଡ୍ରିପେସନ୍ ଠାରୁ ଆପଣଙ୍କୁ ଦୂରେଇ ରଖିଥାଏ ।
୨- ଗୀତ ଶୁଣିବା ଦ୍ୱାରା ଶରୀରରେ କୋର୍ଟିସୋଲ୍ ନାମକ ଏକ ଷ୍ଟ୍ରେସ୍ ହରମୋନ୍ କମ୍ ହୋଇଥାଏ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ।
୩- ଗୀତ ଶୁଣିବା ଦ୍ୱାରା ମସ୍ତିଷ୍କରେ ଏଣ୍ଡୋର୍ଫିନ୍ ନାମକ ହର୍ମୋନ୍ ସ୍ତର ବଢିଥାଏ । ଏହାଦ୍ୱାରା ହୃଦରୋଗ ସମସ୍ୟା ଦୂର ହୋଇଥାଏ । ଫଳରେ ଆପଣ ସୁସ୍ଥ ଅନୁଭବ କରିଥାନ୍ତି ।