ଜାଣନ୍ତୁ ଦହି ଓ ଗୋଲମରିଚର ଚମତ୍କାରୀ ଗୁଣ
ଆୟୁର୍ବେଦର ମହତ୍ୱ ଓ ଗୁରୁତ୍ୱ ବହୁ ପୂର୍ବରୁ ରହିଛି ଏବଂ ଆଗାମୀ ସମୟରେ ମଧ୍ୟ ରହିଥିବ । ଏଭଳି ଅନେକ ରୋଗ ରହିଛି ଯାହାକି ଆପଣ ଘରୋଇ ଚିକିତ୍ସା ଦ୍ୱାରା ସମାଧାନ କରିପାରିବେ । ତେବେ ଆଜିର ସମୟରେ ମୋଟାପା ଏକ ମୁଖ୍ୟ ସମସ୍ୟା ଭାବେ ସାମନାକୁ ଆସିଛି । ଏହି ମୋଟାପାରୁ ଆହୁରି ଅନେକ ରୋଗ ସୃଷ୍ଟି ହେଉଛି । ମୋଟାପା ଦୂର କରିବା ପାଇଁ ଅନେକ ବ୍ୟକ୍ତି ଅନେକ କିଛି ଉପାୟ କରୁଛନ୍ତି । କିନ୍ତୁ ଏକ ସହଜ ଓ ସରଳ ଉପାୟ ରହିଛି ଯାହାଦ୍ୱାରା ଆପଣ ଖୁବ୍ କମ୍ ସମୟ ମଧ୍ୟରେ ମୋଟାପାରୁ ରକ୍ଷା ପାଇପାରିବେ । ମୋଟାପା ଦୂର କରିବା ପାଇଁ ଆପଣ ଦହିରେ ଗୋଲମରିଚ ଗୁଣ୍ଡ ମିଶାଇ ଖାଆନ୍ତୁ ।
ଏହାକୁ ଆପଣ ଦିନରେ ଯେ କୌଣସି ସମୟରେ ମଧ୍ୟ ଖାଇପାରିବେ । ଲଂଚ ସହିତ ଏହା ଆପଣଙ୍କୁ ଏକ ଭିନ୍ନ ସ୍ୱାଦ ଦେବ । ଖାଦ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଦହି ଓ ଗୋଲମରିଚରେ ଏଭଳି ଏକ ତତ୍ୱ ରହିଛି, ଯାହା ଚର୍ବିକୁ ଜମିବାକୁ ଦେଇନଥାଏ । ଯଦି ଆପଣ ଚାହିଁବେ, ତାହେଲେ ଦହିରେ ଗୋଲମରିଚ ଗୁଣ୍ଡ ସହିତ କଳାଲୁଣ ଓ ଜିରା ଗୁଣ୍ଡ ମିଶାଇ ଖାଇପାରିବେ । ଏହା ଆପଣଙ୍କ ପାଇଁ ଆହୁରି ଲାଭପ୍ରଦ ହେବ ।