ହାଡ଼ ମଜବୁତ୍ କରିବ ଲେମ୍ବୁ

ହାଡ଼କୁ ମଜବୁତ୍ ରଖିବା ସହିତ ହାଡ଼ ଜନିତ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଲେମ୍ବୁ ବେଶ୍ ଲାଭପ୍ରଦ । ଆର‌୍ୟୁବେଦ କ୍ଷେତ୍ରରେ ଏହାକୁ ଅନେକ ରୋଗର ଉପଶମ ପାଇଁ ବ୍ୟବହାର କରାଯାଉଛି । ଆଜିର ସମୟରେ ମଧ୍ୟ ସ୍ୱାସ୍ଥ୍ୟବିଜ୍ଞାନୀମାନେ ଲେମ୍ବୁ ଉପରେ ଅନେକ ଗବେଷଣା କରିଛନ୍ତି ଏବଂ ଏହାକୁ ଅନେକ ଉପାୟରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ମତରେ ଲେମ୍ବୁରେ ଭରପୁର ଥିବା କ୍ୟାଲସିୟମ୍ ହାଡ଼କୁ ମଜବୁତ୍ ରଖିବା ସହ ହାଡ଼ ଜନିତ ଅନେକ ସମସ୍ୟାର ସମାଧାନ କରିପାରେ । ତେଣୁ ଆପଣ ଯେ କୌଣସି ଋତୁରେ ମଧ୍ୟ ଲେମ୍ବୁପାଣି ପିଇପାରିବେ । କେବଳ ହାଡ଼ ଜନିତ ସମସ୍ୟା ନୁହେଁ ଆହୁରି ଅନେକ ରୋଗ ଦୂର କରିବାରେ ଲେମ୍ବୁ ଏକ ମହୌଷଧି ।

ତେବେ ଆସନ୍ତୁ ଜାଣିବା –
୧- ଲେମ୍ବୁରେ ଥିବା ଆକ୍ସେଲେଟ୍, ସାଇଟେଟ୍ ଓ ୟୁରିକ୍ ଏସିଡ୍ ପଥୁରି ରୋଗ ଠାରୁ ସୁରକ୍ଷା ଦେଇଥାଏ । ଏହା ପେଟରେ ପଥୁରି ରୋଗର ବ୍ୟାକ୍ଟେରିଆ ସୃଷ୍ଟି ହେବାକୁ ଦେଇନଥାଏ ।
୨- ଲେମ୍ବୁରେ ଥିବା ଭିଟାମିନ୍ ସି କାର୍ଡିୟୋୱେକ୍ସୁଲାର୍, ଷ୍ଟ୍ରୋକ୍ ଓ ଲୋ ବ୍ଲଡପ୍ରେସର୍ ଭଳି ରୋଗ ହେବାର ସମ୍ଭାବନାକୁ ୬୦% କମ୍ କରିଥାଏ ।
୩- ଲେମ୍ବୁ କୋଲେଷ୍ଟ୍ରଲ୍ ସ୍ତରକୁ କମ୍ କରିବା ସହିତ ହଜମ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *