ହେଲଥ୍ ଟିପ୍ସ୍: ହିମୋଗ୍ଲୋବିନ୍ କମ୍ ସମସ୍ୟା ଜୀବନପ୍ରତି ବିପଦ
ରକ୍ତରେ ହିମୋଗ୍ଲୋବିନ୍ ସମସ୍ୟା ଥିଲେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହିମୋଗ୍ଲୋବିନ୍ ଟେଷ୍ଟ୍ କରାଇନେବା ଉଚିତ୍ । ଅନେକ ସମୟରେ ଏହା ପ୍ରାଣଘାତକ ମଧ୍ୟ ହୋଇପାରେ । ରକ୍ତରେ ଆଇରନ୍ କମ୍ ଥିଲେ କିମ୍ବା ଏନିମିଆ ହେବା କାରଣରୁ ହିମୋଗ୍ଲୋବିନ୍ ସ୍ତର କମ୍ ହୋଇଯାଏ । ହିମୋଗ୍ଲୋବିନ୍ କମ୍ ହେଲେ ଲିଭର୍ ଓ କୋଷିକାଗୁଡ଼ିକ ଉପରେ ସିଧା ପ୍ରଭାବ ପକାଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣ କେତେକ ହେଲଥ୍ ଟିପ୍ସ ଆପଣାଇ ଦେଖନ୍ତୁ । ଏହା ଆପଣଙ୍କ ପାଇଁ ଲାଭପ୍ରଦ ହେବ । ତେବେ ଆସନ୍ତୁ ଜାଣିବା –
ଫୋଲେର୍ଟସ୍ ଭଳି ପୋଷକ ତତ୍ୱ ଥିବା ଖାଦ୍ୟ –
ଫୋଲେର୍ଟସ୍ ହେଉଛି ଭିଟାମିନ୍ ବି ଜାତୀୟ ଏକ ଭିଟାମିନ୍, ଯାହା ଆପଣଙ୍କ ଲାଲ୍ ରକ୍ତ କୋଷିକାର ବିକାଶରେ ସହାୟକ । ତେଣୁ ଆପଣ ଖାଦ୍ୟ ତାଲିକାରେ ପାଳଙ୍ଗ, ବିନ୍ସ, ମଟର ଓ ବିଭିନ୍ନ ପ୍ରକାର ଶସ୍ୟଜାତୀୟ ଖାଦ୍ୟ ସାମିଲ୍ କରନ୍ତୁ ।
ଭିଟାମିନ୍ ଏ ଓ ସି ଯୁକ୍ତ ଖାଦ୍ୟ –
ଭିଟାମିନ୍ ସି ଯୁକ୍ତ ଖାଦ୍ୟ ମଧ୍ୟରେ ଖଟା ଫଳ ସବୁଠାରୁ ଭଲ ବିକଳ୍ପ । ବିଟା କ୍ୟାରୋଟିନ୍ ଓ ଭିଟାମିନ୍ ଏ ପାଇଁ ଛୋଟ ମାଛ, ସିମଲା ଲଙ୍କା ଭଳି କଂଚା ପରିବା ଓ ଗାଜରକୁ ସାମିଲ୍ କରନ୍ତୁ ।
ଆଇରନ୍ ଯୁକ୍ତ ଖାଦ୍ୟ –
ରକ୍ତ ପାଇଁ ସବୁଠାରୁ ଆବଶ୍ୟକୀୟ ପୋଷକତତ୍ୱ ହେଉଛି ଆଇରନ୍ । ରକ୍ତରେ ଆଇରନର ଅଭାବ ହେଲେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ତେଣୁ ଆପଣ ମାଛମାଂସ ଓ ଅଣ୍ଡାକୁ ଖାଦ୍ୟରେ ସାମିଲ କରନ୍ତୁ । ଯଦି ଆପଣ ସାକାହାରି, ତେବେ ଖିର, ଛେନା ଓ ଛତୁକୁ ବାଛନ୍ତୁ ।