ହେଲ୍ଥ୍ ଟିପ୍ସ୍ : ଡାଇବେଟିସ୍ ର କାରଣ ଅନିଦ୍ରା
ନିଦ ସଠିକ୍ ନହେଲେ ଡାଇବେଟିସ୍ ହେବାର ଆଶଙ୍କା ଅନେକ ପରିମାଣରେ ବଢ଼ିଯାଏ ବୋଲି ଏକ ରିଚର୍ସ ମାଧ୍ୟମରେ ଜଣାଯାଇଛି । ଅଳ୍ପ ନିଦ ଶରୀରରେ ଇନସୁଲିନର ସ୍ତରକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ଡାଇବେଟିସ୍ ହୋଇଥାଏ । କେବଳ ଡାଇବେଟିସ୍ ନୁହେଁ ଅନିଦ୍ରା ହେବା ଦ୍ୱାରା ମୋଟାପା, ମେଟାବୋଲିକ୍ ସିଣ୍ଡ୍ରୋମ୍, ମନସ୍ତାତ୍ୱିକ ବିକାର ଓ ମାଂସପେଶୀ ଜନିତ ଅନେକ ସମସ୍ୟା ଦେଖାଦିଏ । ନିକଟରେ ଆମେରିକାସ୍ଥିତ ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୬ ଜଣ ପୁରୁଷ ଓ ମହିଳାଙ୍କୁ ନେଇ ଏକ ରିସର୍ଚ କରାଯାଇଥିଲା । ଅଧ୍ୟୟନ ପରେ ପ୍ରୋଫେସର୍ ଓ ଅଧ୍ୟୟନର ପ୍ରମୁଖ କେନେଥ୍ ରାଇଟ୍ ଜୁନିୟର୍ କହିଛନ୍ତି ଯେ – ସଠିକ୍ ନିଦ ନହେବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରସାୟନିକ ପ୍ରକିୟା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥାଏ । ଏହା ଫଳରେ ଅନିଦ୍ରା ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ ।
ଶରୀର ନିଦ ଚାହୁଁଥିବାବେଳେ ସେହି ସମୟରେ ସକାଳୁ ଉଠି କିଛି ଖାଇବା ଦ୍ୱାରା ଶରୀରରେ ରକ୍ତ ପ୍ରଭାବ ଓ ହଜମ ଶକ୍ତି ପ୍ରଭାବିତ ହୁଏ । ସେହି ସମୟରେ ରକ୍ତରେ ସର୍କରାର ପରିମାଣ ନିୟନ୍ତ୍ରଣ ହୋଇପାରେ ନାହିଁ । ଫଳରେ ଡାଇବେଟିସ୍ ହୋଇଥାଏ । ତେଣୁ ଏଥିରୁ ବର୍ତ୍ତିବାକୁ ହେଲେ ୮ରୁ ୯ ଘଣ୍ଟା ଶୁଅନ୍ତୁ ।











