ହେଲଥ୍ ଟିପ୍ସ: ଆମ୍ବ ଖାଇବା ପରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ, ହୋଇପାରେ ବିଷାକ୍ତ
ଏବେ ଚାଲିଛି ଆମ୍ବ ସିଜିନ୍ । ଫଳମାନଙ୍କର ରାଜା ବୋଲାଉଥିବା ଆମ୍ବ ପାଟିକୁ ଯେତିକି ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ହିତକର । ପିଲାଠାରୁ ବୁଢା ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆମ୍ବ ଖାଇବା ପରେ ୩ଟି ଜିନିଷ ଆଦୌ ଖାଇବା ଉଚିତ୍ ନୁହେଁ । କାରଣ ଆମ୍ବ ସହିତ ସେହି ୩ଟି ଜିନିଷ ମିଶିବା ଫଳରେ ଶରୀରରେ ବିଷାକ୍ତ ରସାୟନିକ ଉତ୍ପନ୍ନ ହୋଇଥାଏ, ଫଳରେ ଶରୀର ଅସୁସ୍ଥ ହୁଏ । ତେବେ ଆସନ୍ତୁ ଜାଣିବା ସେହି ୩ଟି ଜିନିଷ କ’ଣ ?-
୧- କଲରା
ଆମ୍ବ ଖାଇବା ପୂର୍ବରୁ କିମ୍ବା ପରେ କେବେ ମଧ୍ୟ ଆପଣ କଲରା ଖାଆନ୍ତୁ ନାହିଁ । କାରଣ ଆମ୍ବର ପୋଷକତତ୍ୱ ଓ କଲରାର ଗୁଣ ମିଶିବା ଫଳରେ ପାଚନ କ୍ରିୟା ଉପରେ ପ୍ରଭାବ ପଡ଼ିଥାଏ । ଫଳରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।
୨- ଲଙ୍କା
ଅନେକ ବ୍ୟକ୍ତି କଂଚା ଲଙ୍କା ଖାଇବାକୁ ପସନ୍ଦ କରିଥାନ୍ତି । କଂଚା ଲଙ୍କା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭପ୍ରଦ । କିନ୍ତୁ ଆମ୍ବ ଖାଇବା ପରେ କେବେ ମଧ୍ୟ କଂଚା ଲଙ୍କା ଖାଆନ୍ତୁ ନାହିଁ । ଆମ୍ବ ମିଠା ଥାଏ ଏବଂ ତାପରେ ସଙ୍ଗେ ସଙ୍ଗେ ରାଗ ଜିନିଷ ପେଟକୁ ଗଲେ ମିଠା ଓ ରାଗର ମିଶ୍ରଣ ସ୍ନାୟୁତନ୍ତ୍ର ଉପରେ ଅଧିକ ପ୍ରଭାବ ପକାଇଥାଏ ।
୩- ଆମ୍ବ ଖାଇବା ପରେ ରାଇତା ନ ଖାଇବା ପାଇଁ ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି ।











