ହେଲଥ ଟିପ୍ସ – ଶିଶୁଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ସରଳ ଉପାୟ
ଶିଶୁଟିଏ ଜନ୍ମ ହେବା ପରେ ତା’ର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ସହଜରେ ଯେ କୌଣସି ରୋଗ ହୋଇପାରେ । ମଶାଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ଓ ମ୍ୟାଲେରିଆରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ଶିଶୁକୁ ସବୁବେଳେ ମଶାରୀ ଭିତରେ ରଖିବା ସମ୍ଭବ ନୁହେଁ । ତେଣୁ ମଶାକୁ ଘରୁ ତଡ଼ିବା ପାଇଁ କିଛି ସହଜ ଟିପ୍ସ୍ ଆପଣାନ୍ତୁ ।
ସେହି ସବୁ ଉପାୟ ଦ୍ୱାରା ଶିଶୁ ସହିତ ପରିବାରର ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ତାହେଲେ ଆସନ୍ତୁ ଜାଣିବା –
୧- ଶିଶୁଙ୍କୁ ବାହାରକୁ ବୁଲେଇ ନେବା ସମୟରେ ତାଙ୍କ କପଡ଼ାରେ ମସ୍କିଟୋ ପ୍ୟାଚ୍ ଲଗାନ୍ତୁ । ଏହା ମଶାଙ୍କୁ ପାଖକୁ ଆସିବାକୁ ଦେଇନଥାଏ ।
୨- ୧୦ ବୁନ୍ଦା ନିମତେଲ ସହିତ ୩୦ ଏମଏଲ୍ ନଡ଼ିଆ ତେଲ ମିଶାଇ ଶିଶୁଙ୍କ ଶରୀରରେ ଲଗାଇଦିଅନ୍ତୁ ।
୩- ରସୁଣରେ ଏଲିସିନ୍ ନାମକ ଗୁଣ ଥିବାରୁ ମଶାକୁ ଘଉଡ଼ାଇବା ଦିଗରେ ଏହା ଖୁବ୍ ସହାୟକ । ତେଣୁ ୫-୬ଟି ରସୁଣ ପାଖୁଡାକୁ ୧ ଚାମଚ ମିନେରାଲ୍ ତେଲ ସହିତ ରାତି ଭିଜେଇ ରଖନ୍ତୁ । ସକାଳୁ ଏହି ତେଲରେ ଅଳ୍ପ ଟିକେ ଲେମ୍ବୁ ରସ ଓ ୨ କପ୍ ପାଣି ମିଶାନ୍ତୁ । ସନ୍ଧ୍ୟାରେ ଏହି ମିଶ୍ରଣକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଘର ବାହାରେ ଓ ଭିତରେ ସ୍ପ୍ରେ କରନ୍ତୁ ।