ସାବୁନ୍ ଓ ଟୁଥପେଷ୍ଟ୍ ବଢାଇଥାଏ ଅଷ୍ଟିଓପୋରୋସିସ୍ ଆଶଙ୍କା
ସାବୁନ୍, ଟୁଥପେଷ୍ଟ୍ ଓ ଅନ୍ୟ ପର୍ସନାଲ୍ କେୟାର୍ ଉତ୍ପାଦ ଗୁଡ଼ିକରେ ଟ୍ରାଓକ୍ଲୋଜୋନ୍ ନାମକ ଏକ କେମିକାଲ୍ ଥାଏ ଯାହାକି ଆଣ୍ଟି ବ୍ୟାକ୍ଟେରିଆଲ୍ ଭଳି କାମ କରିଥାଏ । କିନ୍ତୁ ଏକ ରିସର୍ଚ୍ଚ ଦ୍ୱାରା ଏବେ ଜଣାପଡ଼ିଛି ଯେ ସେସବୁ କେମିକାଲ୍ ଦ୍ୱାରା ମହିଳାମାନଙ୍କ କ୍ଷେତ୍ରରେ ଅଷ୍ଟିଓପୋରୋସିସ୍ ଆଶଙ୍କା ଅଧିକ ଦେଖିବାକୁ ମିଳୁଛି । ବୋନ୍ ମିନେରାଲ୍ ଡେନସିଟି ଓ ଅଷ୍ଟିଓପୋରୋସିସ୍ ସହିତ ଟ୍ରାଇକ୍ଲୋଜୋନ୍ ଏକ୍ସପୋଜର୍ ସମ୍ବନ୍ଧକୁ ନେଇ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ୍ ମେଟାବଲିଜିମ୍ ଦ୍ୱାରା ଏକ ପରୀକ୍ଷା କରାଯାଇଥିଲା ।
ଏଥିରୁ ଜଣାପଡ଼ିଥିଲା ଯେ ସାବୁନ୍, ହ୍ୟାଣ୍ଡ୍ ସ୍ୟାନିଟାଇଟର୍, ଟୁଥପେଷ୍ଟ୍ ଓ ମାଉଥୱାଶ୍ ଭଳି ଅନ୍ୟ କେତେକ କନଜ୍ୟୁମର୍ ପ୍ରଡକ୍ଟ ମାଧ୍ୟମରେ ଜଣେ ବ୍ୟକ୍ତି ଟ୍ରାଇକ୍ଲୋଜନ୍ ସଂଶ୍ପର୍ସରେ ଆସିଥାଏ । ଏହା ଦ୍ୱାରା ଶରୀରରେ ଥିବା ସୁଷ୍ମ କୋଷିକା ଓ ହାଡ଼ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ । ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ମହିଳାଙ୍କ ୟୁରିନ୍ ପରିକ୍ଷା ପରେ ଜଣାପଡ଼ିଥିଲା ଯେ ସମସ୍ତଙ୍କ ଠାରେ ଟ୍ରାଇକ୍ଲୋଜନ୍ ମାତ୍ରା ଅଧିକ ଥିଲା । ଏହା ଫଳରେ ସେମାନେ ସମସ୍ତେ ହାଡ଼ଜନିତ ବିଭିନ୍ନ ସମସ୍ୟା ଭୋଗ କରୁଥିଲେ । ଏହି ପରୀକ୍ଷା ପରେ ସାବୁନ୍ କିମ୍ବା ଅନ୍ୟ କୌଣସି କ୍ଲିନଜିଙ୍ଗ୍ ଉତ୍ପାଦକୁ କମ୍ ମାତ୍ରାରେ ବ୍ୟବହାର କରିବା ପାଇଁ ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଉଛନ୍ତି ।