ମୁଣ୍ଡବିନ୍ଧା ଦୂର ପାଇଁ ହେଲଥ୍ ଡ୍ରିଙ୍କ୍ସ

ଡିପ୍ରେସନ୍, ବ୍ଲଡ୍ପ୍ରେସର୍, ଜ୍ୱର ଓ ମାଇଗ୍ରେନ୍ ଭଳି ଅନେକ କାରଣରୁ ମୁଣ୍ଡବିନ୍ଧା ହୋଇପାରେ । ଏହାର ଉପଚାର ପାଇଁ ପ୍ରାୟ ସମସ୍ତେ ଅନେକ ପ୍ରକାର ମେଡିସିନ୍ ନେଇଥାନ୍ତି କିମ୍ବା କିଛି ବାମ୍ ଲଗାଇଥାନ୍ତି । ଏହାର ଅନେକ ସାଇଡ୍ ଇଫେକ୍ଟ ମଧ୍ୟ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି କିଛି ହେଲ୍ଥ୍ ଡ୍ରିଙ୍କସ୍ ରହିଛି, ଯାହାକି ମୁଣ୍ଡବିନ୍ଧା ଶୀଘ୍ର ଦୂର କରିପାରିବ ଏବଂ ଏହାର କୌଣସି ସାଇଡ୍ ଇଫେକ୍ଟ ମଧ୍ୟ ନାହିଁ । ଆପଣ ନିଜ ଘରେ ଏହି ହେଲ୍ଥ ଡ୍ରିଙ୍କ୍ ବନାଇ ପାରିବେ । ତାହେଲେ ଆସନ୍ତୁ ଜାଣିବା –

୧- ବାଦାମ ଓ କ୍ଷୀର


ବାଦାମରେ ଭରପୂର ମାତ୍ରାରେ ମ୍ୟାଗ୍ନେସିୟମ୍ ରହିଛି, ଯାହାକି ମାଇଗ୍ରେନ୍ ଜନିତ ମୁଣ୍ଡବିନ୍ଧା ଦୂର କରିବାରେ ସକ୍ଷମ । ତେଣୁ ଆପଣ ଫ୍ରିଜରେ ଥିବା ଥଣ୍ଡା ଖିରରେ କଞ୍ଚା ବାଦାମ୍ ଗୁଣ୍ଡ ପକାଇ ପିଅନ୍ତୁ ।

୨- ଗରମ ପାଣି ଓ ଲେମ୍ବୁ


ଗରମ ପାଣିରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ । ଏହା ପ୍ରାକୃତିକ ଭାବେ ଡିଟକ୍ସିଫାୟାର୍ ଭାବେ କାମ କରେ । ଏହା ଦ୍ୱାରା ଖୁବ୍ ଶୀଘ୍ର ମୁଣ୍ଡବିନ୍ଧା କମ୍ ହୋଇଥାଏ ।

୩- ଅଦା ଚାହା


ଅଦାରେ ଆଣ୍ଟି ଇନନ୍‌ଫ୍ଲାମେଣ୍ଟରୀ ଗୁଣ ରହିଛି, ଯାହାକି ପ୍ରାକୃତିକ ଭାବେ ଓପିଏଟ୍ସକୁ ସକ୍ରିୟ କରିଥାଏ । ଏହା ଫଳରେ ମସ୍ତିଷ୍କକୁ ବ୍ଲଡ୍ ସର୍କୁଲେସନ୍ ଠିକ୍ ହୁଏ । ତେଣୁ ମୁଣ୍ଡ ବିନ୍ଧୁଥିଲେ, ଅଦା ଚାହା ପିଇବା ଦ୍ୱାରା ଆରାମ ମିଳିଥାଏ ।

ଏନର୍ଜି ଲେଭଲ୍ ବୃଦ୍ଧି ପାଇଁ ଡ୍ରାଏ ଫୁଡ୍ସ 

ଉପବାସ କରନ୍ତୁ, ସୁସ୍ଥ ରୁହନ୍ତୁ 

Leave a Reply

Your email address will not be published.