ଜାଣନ୍ତୁ ଗୁଜୁରାତିର ଉପକାରୀ ଗୁଣ ବିଷୟରେ, ଯାହା ବହୁ ସମସ୍ୟାରୁ ମୁକ୍ତି ଦେଇଥାଏ
ଭୁବନେଶ୍ୱର: ଗୁଜୁରାତି ଏଭଳି ଏକ ଦ୍ରବ୍ୟ, ଯାହା ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଯାଇଥାଏ । ଏହା ମସଲା ଭାବେ ବ୍ୟବହାର ହେଉଥିବା ବେଳେ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଗୁଜୁରାତି ମୁଖ ଦୂର୍ଗନ୍ଧ ଦୂର କରିବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ ।
ଗୁଜୁରାତିର ଔଷଧୀୟ ଗୁଣ ସମ୍ପର୍କରେ ନ୍ୟୁଟ୍ରିସନ ମାନେ ମଧ୍ୟ ଏକମତ ଦେଇଥାନ୍ତି । ଭୁବନେଶ୍ୱରର ଜଣେ ଗୃହିଣୀ ପ୍ରିୟଙ୍କା ସାହୁ ଏନେଇ କହିଛନ୍ତି ଯେ ଆଗରୁ ମୋର ମୁଖ ଦୂର୍ଗନ୍ଧ ପରି ସମସ୍ୟା ରହିଥିଲା, ଜଣେ ସାଙ୍ଗର ପରାମର୍ଶରେ ମୁଁ ସବୁବେଳେ ଗୁଜୁରାତି ଖାଉଛି । ସତରେ ଏବେ ମୋର ମୁଖରୁ ଆଉ ଦୁର୍ଗନ୍ଧ ହେଉନାହିଁ ଏବଂ ମୁଁ ବିନା ସଙ୍କୋଚରେ ସମସ୍ତଙ୍କ ସହ ଆରାମରେ କଥା ହେଇପାରୁଛି ।
କୋଲେଷ୍ଟ୍ରଲ୍- ଗୁଜୁରାତିରେ ଅନେକ ଔଷଧୀୟ ଗୁଣ ରହିଥାଏ । ଯଦି ଆପଣଙ୍କର କୋଲେଷ୍ଟ୍ରଲ ଜନିତ ସମସ୍ୟା ରହିଛି ତେବେ ଗୁଜୁରାତିକୁ ଦୈନିକ ସେବନ କରନ୍ତୁ । ଏହା ଶରୀରରୁ କୋଲେଷ୍ଟ୍ରଲ କମାଇବାରେ ସହାୟକ ହୋଇଥାଏ ।
ରକ୍ତ ଚାପ ନିୟନ୍ତ୍ରିତ କରିଥାଏ- ଗୁଜୁରାତି ସେବନ ଦ୍ୱାରା ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଆପଣ ଯଦି ପ୍ରତିଦିନ ଦୁଇରୁ ତିନଟି ଗୁଜୁରାତି ଖାଉଛନ୍ତି, ତାହେଲେ ଏହା ଆପଣଙ୍କ ଶରୀରର ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିପାରିଥାଏ ।
ମୁହଁ ଗନ୍ଧ ଦୂର କରିଥାଏ- ଗୁଜୁରାତି ମାଉଥ ଫ୍ରେସନର୍ ଭାବେ କାର୍ଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ମୁହଁ ଗନ୍ଧକୁ ଦୂର କରିଥାଏ । ଯଦି ଆପଣଙ୍କ ମୁହଁ ଦୂର୍ଗନ୍ଧ ହେଉଥାଏ, ତେବେ ଆପଣ ସବୁବେଳେ ଗୁଜୁରାତି ଖାଇପାରନ୍ତି ।
ଅବସାଦରୁ ଦୂର ରଖେ- ଅବସାଦରୁ ସାମାନ୍ୟ ଉପଶମ ଦେଇଥାଏ ଗୁଜୁରାତି । ଗୁଜୁରାତିକୁ ଖାଇବା ଦ୍ୱାରା ତୁରନ୍ତ ଶରୀରର ହରମୋନରେ ପରିବର୍ତ୍ତନ ହୋଇଥାଏ ଏବଂ ଚିନ୍ତାରୁ ମୁକ୍ତି ମିଳିଥାଏ ।
ଏସିଡିଟିରୁ ମୁକ୍ତି ମିଳେ- ଖୁବ୍ କମ୍ ଲୋକ ଜାଣିଥିବେ ଗୁଜୁରାତିରେ ତେଲ ମଧ୍ୟ ରହିଥାଏ । ଏଥିରେ ଥିବା ଏସେନସିଆଲ୍ ଅଏଲ୍ ପେଟ୍ ସମସ୍ୟାରୁ ମୁକ୍ତି ଦେଇଥାଏ । ଏପରିକି ଏହା ଏସିଡିଟି ସମସ୍ୟା ମଧ୍ୟ ଦୂର କରିଥାଏ ।
ବ୍ରଣ ଦୂର ହୁଏ- ମୁହଁରେ ବ୍ରଣ ହେଉଥିଲେ ଗୁଜୁରାତିକୁ ଗୁଣ୍ଡ କରି ମୁହଁରେ ହୋଇଥିବା ବ୍ରଣ ଉପରେ ପେଷ୍ଟ ଲଗାନ୍ତୁ ।
ବାନ୍ତି ଦୂର କରେ- ଗାଡି ମୋଟରରେ ଯାଉଥିବା ବେଳେ କିମ୍ବା ଗର୍ଭାବସ୍ଥା ସମୟରେ ବାନ୍ତିକୁ ମଧ୍ୟ ଗୁଜୁରାତି ରୋକିଥାଏ ।