ଚଣା ଖାଆନ୍ତୁ ସୁସ୍ଥ ରୁହନ୍ତୁ, ଜାଣନ୍ତୁ ଚଣାର ଅନେକ ଲାଭକାରୀ ଗୁଣ
ଅନେକ ବ୍ୟକ୍ତି ସକାଳୁ ଉଠି ଖାଲି ପେଟରେ ଭିଜା ଚଣା ଖାଇଥାନ୍ତି । ବିଶେଷ ଭାବେ ଜିମ୍ ଯାଉଥିବା କିମ୍ବା ଅଧିକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ସବୁଠାରୁ ଅଧିକ ଲାଭପ୍ରଦ । କିନ୍ତୁ ସାଧାରଣ ଭାବେ ମଧ୍ୟ ଆମେ ଚଣାକୁ ପ୍ରତିଦିନ ଡାଏଟ୍ ଚାଟ୍ରେ ସାମିଲ୍ କରିପାରିବା । ଭିଜା ଚଣା ହେଉ କିମ୍ବା କୌଣସି ତରକାରୀରେ ଚଣା ପକାଇ ରାନ୍ଧନ୍ତୁ । ଡାକ୍ତରମାନେ ମଧ୍ୟ ସ୍ୱାସ୍ଥ୍ୟବୃଦ୍ଧି ଓ ନିରୋଗ ରହିବା ଦୃଷ୍ଟିରୁ ଚଣା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଚଣାରେ ପ୍ରଚୁର ମାତ୍ରାରେ ଫାଇବର୍, ବିଭିନ୍ନ ପ୍ରକାର ଭିଟାମିନ୍ ଓ ମିନେରାଲ୍ସ ରହିଛି । ତେଣୁ ଅନେକ ରୋଗରୁ ଏହା ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ଚଣାରେ ଥିବା କିଛି ଲାଭକାରୀ ଗୁଣ –
୧- ଡାଇବେଟିସ୍ ରୋଗୀ ଭିଜା ଚଣା ଖାଇବା ଦ୍ୱାରା ରକ୍ତରେ ସୁଗାର ନିୟନ୍ତ୍ରିତ ହୋଇଥାଏ ।
୨- ଜଣ୍ଡିସ୍ ହୋଇଥିବା ବ୍ୟକ୍ତି ଖାଦ୍ୟରେ ଚଣାକୁ ସାମିଲ କରନ୍ତୁ । ଏହା ଜଣ୍ଡିସ୍ ଜନିତ ଲକ୍ଷଣକୁ ଏଡ଼ାଇ ଦେଇଥାଏ ।
୩- ହଜମ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ସବୁଦିନେ ସିଝା ଚଣାକୁ ଖାଦ୍ୟରେ ସାମିଲ୍ କରନ୍ତୁ । ଚଣା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।
୪- ଶରୀରରେ ମେଟାବୋଲିଜିମ୍ ସ୍ତର ବୃଦ୍ଧି କରି ଶକ୍ତି ଆହରଣ କରିବାକୁ ଚାହୁଁଥିବା ବ୍ୟକ୍ତି ଭିଜା ଚଣା କିମ୍ବା ସିଝା ଚଣାକୁ ସକାଳୁ ଖାଲିପେଟରେ ଖାଆନ୍ତୁ ।
୫- ଚଣା ଓଜନ ହ୍ରାସ କରିଥାଏ ଏବଂ ମହିଳାଙ୍କ ପାଇଁ ଚଣା ବିଶେଷ ଲାଭପ୍ରଦ ।
୬- ହୃଦୟ ଓ ତ୍ୱଚା ସମ୍ବନ୍ଧୀୟ ରୋଗରୁ ମୁକ୍ତି ଚାହୁଁଥିଲେ ଚଣା ଖାଆନ୍ତୁ ।