ଗୁଡ଼ ଓ ଜିରା ଦୂର କରିବ କୋଷ୍ଠକାଠିନ୍ୟ, ଜାଣନ୍ତୁ କିଭଳି କରିବେ ବ୍ୟବହାର
ଅନେକ ବ୍ୟକ୍ତିଙ୍କଠାରେ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ । ବୟସ ବଢିବା ସହିତ ଏହି ସମସ୍ୟା ମଧ୍ୟ ବଢିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଅନେକ ବ୍ୟକ୍ତି କିଛି ଆର୍ୟୁବେଦିକ ଚୂର୍ଣ୍ଣ କିମ୍ବା ଏଲୋପାଥିର ସାହାରା ନେଇଥାନ୍ତି । କିନ୍ତୁ ଘରୋଇ ଉପାୟରେ ମଧ୍ୟ ଆପଣ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇପାରିବେ ।
ଆମ ରୋଷେଇ ଘରେ ଥିବା ସାଧାରଣ ଜିନିଷ ଗୁଡ଼ ଓ ଜିରା ଦ୍ୱାରା କୋଷ୍ଠକାଠିନ୍ୟକୁ ଦୂରେଇ ହେବ । ଜିରା ଓ ଗୁଡ଼ର ସମ୍ମିଶ୍ରଣ ଏକ ନ୍ୟୁଟ୍ରିଲାଇଜର୍ ଭଳି କାମ କରିଥାଏ । ଫଳରେ ପେଟ ଜନିତ ରୋଗର ନିରାକରଣ ହୋଇଥାଏ । ଏହା ହଜମ ଶକ୍ତିକୁ ବୃଦ୍ଧି କରିଥାଏ । ତେବେ ଆସନ୍ତୁ ଜାଣିବା ଆପଣ କିଭଳି ଏହାକୁ ବ୍ୟବହାର କରିପାରିବେ-
ଏକ ପାତ୍ରରେ ପାଣି ନେଇ ତାହାକୁ ଗରମ କରନ୍ତୁ । ପାଣି ହାଲ୍କା ଗରମ ହେବା ପରେ ସେଥିରେ ଜିରା ଓ ଗୁଡ଼ ପକାଇ ଫୁଟାନ୍ତୁ । ପାଣି ପୁରା ଫୁଟିବା ପରେ ତାହାକୁ ଥଣ୍ଡା କରନ୍ତୁ । ପାଣି ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ । ସକାଳେ ଖାଲି ପେଟରେ ଓ ରାତି ଖାଇବା ପରେ ଏହି ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ଚାହିଁବେ, ଦିନକୁ ୩ ଥର ଏହି ପାଣି ପିଇପାରିବେ ।