ସବୁ ପେଟ ରୋଗ ଦୂର କରିବା ପାଇଁ ଡାଏଟରେ ସାମିଲ୍ କରନ୍ତୁ ଏହି ଡ୍ରିଙ୍କସ

ଏସିଡିଟି, ଫୁଡ୍ ପଏଜନିଙ୍ଗ, ଫ୍ରୁଟ୍ ଆଲର୍ଜି ଓ ବଦହଜମି ଭଳି ଯେତେ ସବୁ ପେଟ ରୋଗ ରହିଛି, ତାହାକୁ ଦୂର କରିବାକୁ ଚାହୁଁଥିଲେ ଆପଣ ନିଜ ଡାଏଟ୍ରେ କିଛି ଡ୍ରିଙ୍କସ୍ ସାମିଲ୍ କରନ୍ତୁ । ସେହିସବୁ ଡ୍ରିଙ୍କସ୍ ସମସ୍ତ ପ୍ରକାର ପେଟ ସମସ୍ୟାରୁ ଆପଣଙ୍କୁ ଆରାମ ଦେବା ସହ ଅନ୍ୟ କେତେକ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବ । ତେବେ ଆସନ୍ତୁ ଜାଣିବା –
୧- ଗୋଟିଏ ଗ୍ଲାସ ପାଣିରେ କିଛି ପାନମଧୁରୀ ନେଇ ରାତି ବତୁରାଇ ଦିଅନ୍ତୁ । ସକାଳେ ସେହି ପାଣିକୁ ଛାଣି ପିଅନ୍ତୁ । ଏହି ପାଣି ପିଇବା ଦ୍ୱାରା ପେଟ ଜ୍ୱଳନ କମ୍ ହେବା ସହ ଏସିଡିଟିରୁ ରକ୍ଷା ମିଳିଥାଏ ।
୨- ପୁଦିନାରେ ଥିବା ମେନଥୋଲ୍ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ । ତେଣୁ ଯେ କୌଣସି ପେଟ ରୋଗ ହେଉ ନା କାହିଁକି, ଆପଣ ତୁରନ୍ତ ପୁଦିନା ପତ୍ରର ଜୁସ୍ ବାହାର କରି ସେଥିରେ ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ ।
୩- ଗାଜର ଜୁସ୍ କିମ୍ବା ପାଳଙ୍ଗ ଶାଗର ଜୁସ୍ ମଧ୍ୟ ଆପଣ ନିଜ ଡାଏଟ୍ରେ ସାମିଲ୍ କରିପାରିବେ । ଏହି ଦୁଇଟି ଡ୍ରିଙ୍କସକୁ ଆପଣ ବ୍ରେକଫାଷ୍ଟ୍ ପରେ ମଧ୍ୟ ପିଇପାରିବେ । କିନ୍ତୁ ସକାଳେ ଖାଲି ପେଟରେ ଏହାକୁ ପିଇଲେ ଅଧିକ ଲାଭ ମିଳିଥାଏ ।

Leave a Reply

Your email address will not be published.