ଶରୀରରେ ପୋଟାସିୟମ୍ ଅଭାବରୁ ହୋଇଥାଏ ଡାଇବେଟିସ୍, ଜାଣନ୍ତୁ ଆହୁରି କିଛି ତଥ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ସବୁପ୍ରକାର ପୋଷକ ତତ୍ୱଯୁକ୍ତ ଖାଦ୍ୟ ସମାନ ପରିମାଣରେ ଖାଇବା ଆବଶ୍ୟକ । ଯେ କୌଣସି ପୋଷକ ତତ୍ୱ ହେଉ ନା କାହଁକି, ଅଧିକ କିମ୍ବା କମ୍ ଖାଇବା ଦ୍ୱାରା ଶରୀରରେ ଅସନ୍ତୁଳନ ଦେଖାଯାଏ । ଫଳରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ତେବେ ଶରୀରରେ ପୋଟାସିୟମ୍ ଅଭାବ ହେଲେ ଡାଇବେଟିସ୍ ହୋଇଥାଏ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି । ପୋଟାସିୟମ୍ ଅଭାବରୁ ଇନ୍ସୁଲିନର ମାତ୍ରା ବଢିଯାଏ, ଫଳରେ ଡାଇବେଟିସ୍ ହୋଇଥାଏ । ସ୍ୱାସ୍ଥ୍ୟବିଜ୍ଞାନୀମାନେ ମଧ୍ୟ ଏଥିରେ ଦ୍ୱିମତ ନୁହଁନ୍ତି । କେବଳ ଡାଇବେଟିସ୍ କାହିଁକି ଶରୀରରେ ପୋଟାସିୟମ୍ର ଅଭାବ ହେଲେ ଆହୁରି ଅନେକ ପ୍ରକାର ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । ଏହାକୁ ନଜର ଅନ୍ଦାଜ୍ କରିବା ଆଦୌ ଉଚିତ୍ ନୁହେଁ । କାରଣ ଏହାର ଶୀଘ୍ର ଉପଶମ ନ କରାଗଲେ, ତାହା ଦୂରାରୋଗ୍ୟରେ ପରିଣତ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ପୋଟାସିୟମ୍ ଅଭାବରୁ କ’ଣ ସବୁ ଲକ୍ଷଣ ଦେଖାଯାଏ । –
୧- ଶରୀରରେ ପୋଟାସିୟମ୍ ଅଭାବ ହେଲେ ଦୁର୍ବଳ ଓ ଥକ୍କା ଲାଗିବା ଭଳି ଅନୁଭୂତ ହୁଏ । ହାଲ୍କା କାମରେ ମଧ୍ୟ କୌଣସି ବ୍ୟକ୍ତି ଥକ୍କି ଯାଇଥାନ୍ତି ।
୨- ପୋଟାସିୟମ୍ ଅଭାବ ହେବା ଦ୍ୱାରା ମାଂସପେଶୀ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିଥାଏ । ମାଂସପେଶୀ ସଙ୍କୁଚିତ ହୋଇଥାଏ, ଫଳରେ ମାଂସପେଶୀ ଜନିତ ଯନ୍ତ୍ରଣା ଓ ବାତ ସମସ୍ୟା ଦେଖାଦିଏ ।
୩- ହଜମ ସମସ୍ୟା ଓ ପେଟରେ ଯନ୍ତ୍ରଣା ମଧ୍ୟ ପୋଟାସିୟମ୍ ଅଭାବ ଦ୍ୱାରା ହୋଇଥାଏ । ହଜମ ପ୍ରକ୍ରିୟା ଧୀର ହୋଇଯାଏ । ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୁଏ ।
୪- ହଠାତ୍ ହାତ ଓ ପାଦ କୋଲ ମାରିଯିବା ସମସ୍ୟା ମଧ୍ୟ ଦେଖାଦିଏ । ଅନେକ ସମୟରେ ହାତ ଓ ପାଦ ସମ୍ପୂର୍ଣ୍ଣ ଭାବେ ସ୍ପର୍ଶ ଅନୁଭବ ନ କରିବା ଭଳି ଅନୁଭୂତ ହୁଏ । ଯଦି ଏଭଳି ସମସ୍ୟା ବାରମ୍ବାର ହେଉଥାଏ, ତାହେଲେ ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
୫- ପୋଟାସିୟମ୍ ଅଭାବରୁ ନିଶ୍ୱାସ ନେବା ବେଳେ କଷ୍ଟ ଅନୁଭବ ହୋଇଥାଏ । ଏହା ସ୍ନାୟୁତନ୍ତ୍ର ଉପରେ ଅଧିକ ପ୍ରଭାବ ପକାଇଥାଏ ।
୬- ପୋଟାସିୟମ୍ ଅଭାବରୁ ଚର୍ମଜନିତ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ ।

Leave a Reply

Your email address will not be published.