ହସିନା ଗାଁରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗାଁ ଲୋକଙ୍କ ବିରୋଧ
ଭୁବନେଶ୍ୱର,(ଓଟି): ଡଙ୍ଗାବୁଡି ଘଟଣାରେ ଅନୁକମ୍ପା ରାଶି ଦେବାକୁ ହସିନା ଗାଁକୁ ଯାଇଥିବା ସମୟରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସହାୟତା ରାଶି ଦେବାକୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ କୁଳମଣି ସାମଲ ଓ ଦେବାଶିଷ ସାମନ୍ତରାୟ ହସିନା ଗ୍ରାମରେ ପହଞ୍ଚିଛନ୍ତି । ଅଧିକ ସହାୟତା ରାଶି ଦେବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ନିଖୋଜ ଥିବା ଶିଶୁ କନ୍ୟା ଶୁଭସ୍ମିତା ସ୍ୱାଇଁର ମୃତ ଦେହ ଉଦ୍ଧାର ହୋଇଛି ।
ମୁଖ୍ୟମନ୍ତ୍ରୀ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରିଥିଲେ । ଆଜି ଏହି ଅନୁକମ୍ପା ରାଶି ଦେବାକୁ ହସିନା ଗାଁରେ ସାଂସଦ କୁଳମଣି ସାମଲ, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ବିଧାୟକ ଦେବାଶିଷ ସାମନ୍ତରାୟ ପହଞ୍ଚିଛନ୍ତି । କିନ୍ତୁ ଗ୍ରାମବାସୀ ସେମାନେ ୪ ଲକ୍ଷ ପରିବର୍ତ୍ତେ ୧୦ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି । ଏହା ସହିତ ଗତକାଲି ପ୍ରଶାସନ ଦେଇଥିବା ପ୍ରତିଶ୍ରୁତିକୁ ଲିଖିତ ଆକାରରେ ଦେବାକୁ ଦାବି ହୋଇଛି । ଏହା ସହିତ ଆସନ୍ତା ୧୧ ତାରିଖରେ ଏକ ବୈଠକ ହେବାର ରହିଥିଲା ।
ଗାଁ ମଝିରେ ଅତିଥିଙ୍କ ପାଇଁ ଚେୟାର ପଡ଼ିଲା। ମନ୍ତ୍ରୀ ଓ ଅଧିକାରମାନେ ବସିଲେ। ବିଜେଡି କର୍ମୀମାନେ ଗାଁ ଭିତରକୁ ଯାଇ କେତେକ ମୃତକଙ୍କ ପରିବାର ଲୋକଙ୍କୁ ଡ଼ାକି ଆଣିଥିଲେ। କିନ୍ତୁ ସବୁକ୍ଷେତ୍ରରେ ସାଥୀରେ ଥିବା ସ୍ଥାନୀୟ ସରପଞ୍ଚକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗାଁ ଲୋକେ ସେଠାରେ ପହଞ୍ଚି ହୋ-ହଲ୍ଲା କରିଥିଲା। ଫଳରେ ମନ୍ତ୍ରୀ, ସାଂସଦ ଓ ବିଧାୟକ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଆଉ ସାଥୀରେ ଆଣିଥିବା ସହାୟତା ଚେକ୍ ଗୁଡ଼ିକୁ ସ୍ଥାନୀୟ ତହସିଲଦାରଙ୍କୁ ଦେଇଯାଇଥିଲେ। ତହସିଲଦାର ଓ ଆର୍ଆଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଧାର କାର୍ଡ଼ ଯାଞ୍ଚ କରି ଚେକ୍ ବଣ୍ଟନ କରିଥିଲେ।
ମହାନଦୀ ମୁହାଣର ନିପାଣିଆରେ ଡ଼ଙ୍ଗାବୁଡ଼ି ୧୦ ଜଣଙ୍କ ଜୀବନ ଯାଇଛି। ଘଟଣା ଘଟିବାର ଦୁଇ ଦିନ ପରେ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଆଜି କୁଜଙ୍ଗର ହସିନା ଗାଁକୁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଯାଇଥିଲେ। ମାତ୍ର ସେଠାରେ ସେମାନଙ୍କୁ ଗାଁ ଲୋକେ ବିରୋଧ କରିଦେଇଥିଲେ। ହୋ-ହଲ୍ଲା ଯୋଗୁ ମନ୍ତ୍ରୀ, ସାଂସଦ ଓ ବିଧାୟକ ଫେରି ଆସିଛନ୍ତି।
ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :