ନିର୍ବାଚନ ଲଢ଼ିବାକୁ ହାର୍ଦ୍ଦିକଙ୍କୁ କୋର୍ଟଙ୍କ ବାରଣ

ପଟିଦାର ଆନ୍ଦୋଳନରୁ ଲୋକଲୋଚନକୁ ଆସିଥିବା ହାର୍ଦ୍ଦିକଙ୍କୁ ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ସହିତ ବିଜେପିକୁ ପରାଜିତ କରିବାକୁ ସେ ଯେଉଁ ମନ ବଳାଇଥିଲେ ତାହା ଫସର ଫରଟି ଯାଇଛି। ୨୦୧୫ ମସିହାରେ ରାଜ୍ୟରେ ହୋଇଥିବା ଏକ ଦଙ୍ଗାରେ ତାଙ୍କ ଉପରେ ଲାଗିଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବା ପାଇଁ କୋର୍ଟ ଶୁକ୍ରବାର ମନା କରି ଦେଇଛନ୍ତି। ଏବେ ବି ସେ ଉକ୍ତ ମାମଲାରେ ଦଣ୍ଡ ଭୋଗୁଥିବା ହେତୁ ସେ ବର୍ତ୍ତମାନ ପରିସ୍ଥିତିରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

୨୦୧୫ ମସିହାରେ ଗୁଜୁରାଟର ବିଷନଗର ସହରରେ ହୋଇଥିବା ଦଙ୍ଗାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେଇ ଗତ ବର୍ଷ ଜୁଲାଇ ମାସରେ ମେହେସାନା ଜିଲ୍ଲାରେ ଥିବା ବିଷନଗର କୋର୍ଟ ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।

ଯଦିଓ ଗୁଜଚରାଟ ହାଇକୋର୍ଟ ସେହି ବର୍ଷ ଅଗଷ୍ଟରେ ତାଙ୍କୁ ଜାମିନ ପ୍ରଦାନ କରି ତାଙ୍କର ୨ ବର୍ଷର ଜେଲ୍‌ ଦଣ୍ଡାଦେଶକୁ ଖାରଜ କରି ଦେଇଥିଲେ ତଥାପି ଅଦାଲତରେ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗି ନଥିବା ହେତୁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ସଂପ୍ରଦାୟ ଲୋକଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦାବିରେ ଗୁଜୁରାଟରେ ବିକ୍ଷୋଭ ପ୍ରଦର୍ଶନ କରି ପଟେଲ ସେ ସମୟରେ ଖୁବ୍‌ ଚର୍ଚ୍ଚା ପାଲଟିଥିଲେ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

କୋରାପୁଟରେ ମୋଦି: ବିଜେଡି ସରକାରଙ୍କୁ ଅଣ ସମ୍ବେଦନଶୀଳ କହିଲେ

୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ପୁରୀରୁ ସତ୍ୟ, ବାଲେଶ୍ଵରରୁ ନବଜ୍ୟୋତି

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *