ଶୁଭ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ
ଜୀବନରେ ସବୁବେଳେ ଦୁଃଖ ନଥାଏ କିମ୍ବା ସବୁବେଳେ ସୁଖ ନଥାଏ । ତେବେ ଦୁଃଖ ପରେ ନିଶ୍ଚିତ ଭାବେ ସୁଖର ସମୟ ଆସିଥାଏ । ଏହି ଭଲ ଓ ଶୁଭ ସମୟ ଆସିବା ପୂର୍ବରୁ କିଛି ସଙ୍କେତ ମିଳିଥାଏ ବୋଲି ଶାସ୍ତ୍ରକାରମାନେ କହିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହିସବୁ ସଙ୍କେତଗୁଡ଼ିକ କ’ଣ?
୧- ରାତିରେ ଆମେ ସାଧାରଣ ଭାବେ ଝିଣ୍ଟିକା ଦେଖିଥାଉ କିମ୍ବା ତାହାର ଶବ୍ଦ ଶୁଣିଥାଉ । କିନ୍ତୁ ଯଦି ସକାଳ ସମୟରେ ଆପଣ ନିଜ ଘରେ ଝିଣ୍ଟିକା ଦେଖନ୍ତି କିମ୍ବା ତାହାର ଶବ୍ଦ ଶୁଣନ୍ତି, ତାହେଲେ ଏହା ଆଗାମୀ ଶୁଭ ଦିନର ସଙ୍କେତ ଦେଇଥାଏ ।
୨- ଯଦି ଆପଣଙ୍କୁ କେହି ଡଲଫିନ୍ର ଫଟୋ କିମ୍ବା ଡଲଫିନର ଯେ କୌଣସି ଉପହାର ଦେଉଛି, ତାହେଲେ ଜାଣିରଖନ୍ତୁ ଏହା ଶୁଭ ସମୟକୁ ସୂଚାଉଛି ।
୩- ଯଦି ଆପଣ ନଜରରେ ବାରମ୍ବାର କଇଁଛର ଛବି ଆସୁଛି କିମ୍ବା ମନରେ କଇଁଛକୁ ନେଇ କିଛି ଭାବନା ଆସୁଛି, ତାହେଲେ ଏହା ବହୁତ ଶୁଭ ।
୪- ବର୍ଷା ପରେ ଯଦି ଆପଣ ସଙ୍ଗେ ସଙ୍ଗେ ସୂର୍ଯ୍ୟ ଦେଖନ୍ତି, ଏହା ଆପଣଙ୍କ ପାଇଁ ଶୁଭ ଦିନର ସଙ୍କେତ ଆଣିଥାଏ ।
୫- ରାସ୍ତାରେ ଯିବା ସମୟରେ ଯଦି ଆପଣଙ୍କୁ କୌଣସି ଜିନିଷ କିମ୍ବା ଟଙ୍କା ମିଳେ, ତାହା ଶୁଭ ହୋଇଥାଏ ।
୬- ଯଦି ଆପଣ ସ୍ୱପ୍ନରେ ସବୁଜ କ୍ଷେତ ଦେଖନ୍ତି, ତାହଲେ ଜାଣିନିଅନ୍ତୁ ଏହା ଆପଣଙ୍କ ପାଇଁ ଭଲ ସଙ୍କେତ ।