ସଙ୍କଟରୁ ମୁକ୍ତି ପାଇଁ ହନୁମାନ ଅଷ୍ଟକ ପାଠ କରନ୍ତୁ, ଜାଣନ୍ତୁ ପୂଜା ବିଧି

ଦେବ ଦେବ ମହାଦେବଙ୍କ ଅବତାର ସଙ୍କଟମୋଚନ ହନୁମାନଙ୍କ ପୂଜା ଦ୍ୱାରା ସମସ୍ତ ପ୍ରକାର ଦୁଃଖକଷ୍ଟରୁ ମୁକ୍ତି ମିଳିବା ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଅଷ୍ଟକ ପଢିବା ସହିତ ବିଧିବଦ୍ଧ ଭାବେ ପୂଜା ଦ୍ୱାରା ବିଶେଷ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ଏହାର ପୂଜାବିଧି ହେଉଛି – ପ୍ରଥମେ ପୂଜା ଘରେ ରାମ, ଲକ୍ଷ୍ମଣ ଓ ସୀତାଙ୍କ ସହିତ ହନୁମାନଙ୍କ ଏକ ଫଟୋ ଆଣନ୍ତୁ । ଏହି ଫଟୋ ଆଗରେ ଘିଅ ଦୀପ ଦେବା ସହିତ ଏକ ତମ୍ବା ପାତ୍ରରେ ପାଣି ରଖନ୍ତୁ ଏବଂ କିଛି ଭୋଗ ଅର୍ପଣ କରନ୍ତୁ । ଏହାପରେ ମନକୁ ଏକାଗ୍ର କରି ହନୁମାନ ଅଷ୍ଟକ ପାଠ କରନ୍ତୁ। ପାଠ ସରିବା ପରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ସଙ୍କଟ ଓ ଦୁଃଖକଷ୍ଟ ଭୋଗ କରୁଥିବା ବ୍ୟକ୍ତିଙ୍କୁ ଦିଅନ୍ତୁ । ପୂଜା ସମୟରେ ଆପଣ ତୁଳସୀ ପତ୍ର ମଧ୍ୟ ବ୍ୟବହାର କରିପାରିବେ ।

ତୁଳସୀ ପତ୍ର ପୂଜାକୁ ଆହୁରି ପବିତ୍ର ଓ ସକାରାତ୍ମକ କରିଥାଏ । ପୂଜା ସରିବା ପରେ ଆପଣ ପାଣି ସହିତ ତୁଳସୀ ପତ୍ରକୁ ମଧ୍ୟ ପୀଡ଼ିତଙ୍କୁ ଦେଇପାରିବେ । କିଛିଦିନ ପ୍ରତ୍ୟହ ଏଭଳି କରନ୍ତୁ, ଆପଣଙ୍କର ସମସ୍ତ ପ୍ରକାର ସଙ୍କଟ ଦୂର ହୋଇଯିବ ।

ଅତିରିକ୍ତ ସେକ୍ସ ବିବାହ ବିଚ୍ଛେଦର ଏକ ପ୍ରମୁଖ କାରଣ 

http://odishatime.com/too-much-sex/

ଗସିପ‌୍‍ କରନ୍ତୁ ସୁସ୍ଥ ରୁହନ୍ତୁ 

http://odishatime.com/gossip-for-heathy-life-style/

ଉଜ୍ଜ୍ୱଳ ତ୍ୱଚା ପାଇଁ ଏବିସି… 

http://odishatime.com/life-style-4/

Leave a Reply

Your email address will not be published. Required fields are marked *