ଅଧିକ ମାତ୍ରାରେ କେଶ ଝଡ଼ୁଛି କି? ତାହେଲେ ଡାଏଟରେ ସାମିଲ୍ କରନ୍ତୁ ୪ଟି ଜିନିଷ

ପରିବେଶ ପ୍ରଦୂଷଣ, ଅଧିକ ଜଙ୍କଫୁଡ୍ ଖାଇବା, ବିଭିନ୍ନ ପ୍ରସାଧନ ସାମଗ୍ରୀର ବ୍ୟବହାର ଓ କଲରିଂ ଦ୍ୱାରା ଅଧିକ ମାତ୍ରାରେ କେଶ ଝଡ଼ିଥାଏ । ଏହି ସମସ୍ୟାରୁ ମୁକ୍ତି ଚାହୁଁଥିଲେ ପ୍ରତ୍ୟେକ ଦିନ ନିଜ ଡାଏଟରେ ୪ଟି ଜିନିଷ ସାମିଲ୍ କରନ୍ତୁ । ଏହାଦ୍ୱାରା କେଶ ଝଡ଼ିବା ବନ୍ଦ ହେବା ସହିତ କେଶ ଅଧିକ ଘନ ଓ କଳା ଦେଖାଯିବ । ତାହେଲେ ଆସନ୍ତୁ ଜାଣିବା ସେହି ୪ଟି ଜିନିଷ ସମ୍ପର୍କରେ –
୧- କେଶର ସବୁ ପ୍ରକାର ସମସ୍ୟା ଦୂର ପାଇଁ ଅଣ୍ଡା ଏକ ଭଲ ବିକଳ୍ପ । ଅଣ୍ଡାର ଖୋଳପାକୁ ଦହି ସହିତ ମିଶାଇ ଆପଣ ଏକ ଭଲ ହେୟାର୍ ପ୍ୟାକ୍ କରିପାରିବେ । ଏହା ସହିତ ପ୍ରତିଦିନ ଆପଣ ଗୋଟିଏ କିମ୍ବା ଦୁଇଟି ଅଣ୍ଡାକୁ ବ୍ରେକଫାଷ୍ଟ୍ କିମ୍ବା ଲଂଚରେ ସାମିଲ୍ କରନ୍ତୁ । ଏଥିରେ ଥିବା ପ୍ରୋଟିନ୍ ଓ ଭିଟାମିନ୍ କେଶ ପାଇଁ ଖୁବ୍ ଭଲ ହୋଇଥାଏ ।
୨- ପାଳଙ୍ଗ ଶାଗରେ ଥିବା ଭିଟାମିନ୍ ଏ, ସି, ଆଇରନ୍ ଓ ଫୋଲେଟ୍ କେଶ ଝଡ଼ିବା ସମସ୍ୟାକୁ ଦୂର କରିବା ସହିତ କେଶମୂଳକୁ ମଜବୁତ୍ ଓ କେଶ କଳା ରଖିବାରେ ଖୁବ୍ ସହାୟକ ।
୩- ଓଟ୍ସରେ ଓମେଗା ୩ ଫ୍ୟାଟି ଏସିଡ୍, ଜିଙ୍କ୍ ଓ ଆଇରନ୍ ପ୍ରଚୁର ପରିମାଣରେ ରହିଛି, ଯାହାକି କେଶର ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ।
୪- ଅଖରୋଟରେ ଅନେକ ପ୍ରକାର ଭିଟାମିନ୍, ବାୟୋଟିନ୍, ପ୍ରୋଟିନ୍ ଓ ମ୍ୟାଗ୍ନେସିୟମ୍ ରହିଛି, ଯାହାକି ସ୍ମରଣ ଶକ୍ତି ବୃଦ୍ଧି କରିବା ସହିତ କେଶ ଝଡ଼ିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥାଏ ।

Leave a Reply

Your email address will not be published.