ଅଧିକ ମାତ୍ରାରେ କେଶ ଝଡ଼ୁଛି କି? ଆପଣାନ୍ତୁ ଏହି ଉପାୟ

ଅଧିକ ପ୍ରଦୂଷଣ ବିଭିନ୍ନ ପ୍ରକାର କେଶ ସମସ୍ୟା ସୃଷ୍ଟି କରିଥାଏ । ଏହା ତ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଶରୀରରେ ଭିଟାମିନ୍ ଓ ଆଇରନ୍ କମିଗଲେ ମଧ୍ୟ କେଶ ଅଧିକ ପରିମାଣରେ ଝଡ଼ିଥାଏ । ଏକ ପରୀକ୍ଷଣରୁ ଏହା ଜଣାପଡ଼ିଛି । ସ୍ୱାସ୍ଥ୍ୟବିଜ୍ଞାନୀମାନେ ମଧ୍ୟ ଏହା ସପକ୍ଷରେ ମତ ଦେଇଥାନ୍ତି । ତେବେ ଏହି କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଆପଣ ନିଜ ଖାଦ୍ୟରେ ଅଧିକରୁ ଅଧିକ ପରିମାଣରେ ଆଇରନ୍ ବା ଲୌହଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ । ତେବେ ଆସନ୍ତୁ ଜାଣିବା ଗୋଟିଏ ସହଜ ଉପାୟ ଯାହାଦ୍ୱାରା ଖୁବ୍ ଶୀଘ୍ର ଏହି ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ-
ଏକ ଛୋଟ ବିଟ୍ ନେଇ ତାହାର ଜୁସ୍ ବାହାର କରନ୍ତୁ । ସେଥିରେ ୬-୭ଟି ତୁଳସୀପତ୍ର ଓ ଅଧା ଡାଳିମ୍ବର ମଂଜି ନେଇ ତାହାକୁ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ଏହି ଜୁସ୍କୁ ଆପଣ ହାଲ୍କା ଉଷୁମ ପାଣି ସହିତ ପିଅନ୍ତୁ । ସକାଳେ ଓ ସନ୍ଧ୍ୟାରେ ଖାଲିପେଟରେ ଏହାକୁ ପିଇବା ଦ୍ୱାରା ଅଧିକ ଲାଭ ମିଳିଥାଏ । କିଛିଦିନ ଏଭଳି କରିବା ପରେ ଆପଣ ନିଜେ ହିଁ ଫରକ ଜାଣିପାରିବେ ।

Leave a Reply

Your email address will not be published.