ଗୁଣୁପୁର ବିଧାୟକଙ୍କ ବିଜେଡିରୁ ଇସ୍ତଫା
ଭୁବନେଶ୍ଵର, (ଓଟି): ଗଲା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ୨୦୧୪ ମସିହାରେ ବିଜେଡିରେ ଯୋଗ ଦେଇ ଗୁଣୁପୁର ବିଧାୟକ ପାଲଟିଥିବା ତ୍ରିନାଥ ଗମାଙ୍ଗ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଆବଶ୍ୟକ ଇସ୍ତଫାପତ୍ର ପଠାଇଛନ୍ତି। ଏଥିରେ କହିଛନ୍ତି ଯେ, ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି । ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ଏପରି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି।
‘ଗତ ୧୬ତାରିଖରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ମିଶ୍ରଣ ପର୍ବ କରାଗଲା କିନ୍ତୁ ମୁଁ ଭୁବନେଶ୍ୱରରେ ଥିଲି ମୋତେ ଖବର ଦିଆଗଲା ନାହିଁ । ସେଥି ପାଇଁ ମୁଁ ମର୍ମାହତ ତେଣୁ ମୁଁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲି’।
ତ୍ରିନାଥ ଗମାଙ୍ଗ।