ରିଭ୍ୟୁ ଅଫ୍ ‘ଗଲିବୟ’

ଫ୍ରାଇଡେ ରିଲିଜର ସିନେମାଘରକୁ ଆସିଛି ‘ଗଲିବୟ’ । ରଣବୀର୍ ଓ ଆଲିଆଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଜୋୟା ଅଖତର ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ମୁମ୍ବାଇର ବସ୍ତିଗଳିରେ ରହୁଥିବା ଜଣେ ଯୁବକର ସଙ୍ଗୀତ ପ୍ରତିଭାକୁ ନେଇ ଆଗକୁ ବଢିଛି । ସେହି ଯୁବକର ଭୂମିକାରେ ଅଭିନୟ କରିଛନ୍ତି ରଣବୀର୍ । ରଣବୀର୍ ଜଣେ ସଫଳ ର‌୍ୟାପର୍ ହେବା ପାଇଁ ସ୍ୱପ୍ନ ଦେଖିବା ସହ ସଂଘର୍ଷ କରିଛନ୍ତି । କିନ୍ତୁ ଏଥିରେ ବାଧକ ସାଜିଛନ୍ତି ପରିବାର । ତେଣୁ ସେ ପରିବାରଠାରୁ ଲୁଚିଛପି ର‌୍ୟାପ୍ କରିବା ପାଇ ବାଧ୍ୟ ହେଉଛନ୍ତି ।

ଦିନେ ଏକଥା ରଣବୀରଙ୍କ ବାପା ଜାଣିପାରିଛନ୍ତି ଏବଂ ସେ କହିଛନ୍ତି ଡ୍ରାଇଭରଙ୍କ ପୁଅ ଡ୍ରାଇଭର୍ ହିଁ ହେବ । ଏହାପରେ ରଣବୀର୍ ଡ୍ରାଇଭର୍ ହେଉଛନ୍ତି । କିନ୍ତୁ ନିଜ ସ୍ୱପ୍ନ ପୁରଣ ପାଇଁ ସଂଘର୍ଷ ଜାରି ରଖିଛନ୍ତି । ସଂଘର୍ଷର ପରିଣାମ ସ୍ୱରୂପ ଦିନେ ରଣବୀର୍ ସଫଳ ର‌୍ୟାପର୍ ବନି ଯାଇଛନ୍ତି ଏବଂ ନିଜ ସ୍ୱରର ଯାଦୁରେ ସମସ୍ତଙ୍କୁ ଆକୃଷ୍ଟ କରିପାରିଛନ୍ତି । ଯେଉଁ ସଙ୍ଗୀତ ରଣବୀର୍ଙ୍କୁ କ୍ୟାରିୟର୍ ଦେଇଛି – ତାହା ହେଉଛି – ‘ଆପ୍ନା ଟାଇମ୍ ଆୟେଗା’ ।

ଆଲିଆ ଜଣେ ମେଡିକାଲ୍ ଷ୍ଟୁଡେଣ୍ଟ୍ ଭାବେ ପରଦା ଉପରକୁ ଆସିବା ସହ କାହାଣୀ ଅନୁଯାୟୀ ନିଜ ବୟଫ୍ରେଣ୍ଡର ସ୍ୱପ୍ନ ପୁରଣ କରିବା ଦିଗରେ ଭରପୁର ସହଯୋଗ ଦେଇଛନ୍ତି । ରଣବୀର୍ ଓ ଆଲିଆଙ୍କ ପ୍ରେମ କାହାଣୀରେ ମୋଡ଼ ଆସିଛି ଏବଂ ସେଥିରେ ଆଲିଆଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଛି । କାହାଣୀର ସେ ମୋଡ଼କୁ ଜାଣିବାକୁ ହେଲେ ଆପଣଙ୍କୁ ‘ଗଲିବୟ’ ଦେଖିବାକୁ ହେବ । ପ୍ରତିଥର ଭଳି ରଣବୀର୍ ଓ ଆଲିଆଙ୍କ ଅଭିନୟ ଦର୍ଶକଙ୍କ ମନ ମୋହି ନେଇଛି । ଏହି ଫିଲ୍ମକୁ ସିନେ ସମୀକ୍ଷକ ଓ ଦର୍ଶକଙ୍କ ପକ୍ଷରୁ ୫ରୁ ୪ଅଙ୍କ ମିଳିଛି ।

http://odishatime.com/total-dhamaal-2/

Leave a Reply

Your email address will not be published. Required fields are marked *