ଓସ୍କାର ପୂର୍ବରୁ ‘ଗଲିବୟ’ର ଆଉ ଏକ ସଫଳତା

ରଣବୀର୍ ଓ ଆଲିଆଙ୍କ ଅଭିନୀତ ‘ଗଲିବୟ’ ଚଳିତବର୍ଷର ‘ଓସ୍କାର’ ଆୱାର୍ଡ଼ ଦୌଡ଼ରେ ସାମିଲ୍ ହୋଇଥିବାର ଖୁସି ଖବର ମିଳିଥିଲା । କିନ୍ତୁ ଏବେ ‘ଗଲିବୟ’ ଖାତାରେ ଆଉ ଏକ ସଫଳତା ଲେଖାହୋଇଛି । ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ଏସିଆନ୍ ଏକାଡେମୀ କ୍ରିଏଟିଭ୍ ଆୱାର୍ଡ଼’ ଉତ୍ସବରେ ବେଷ୍ଟ୍ ଫିଲ୍ମ ଭାବେ ମନୋନୀତ କରାଯାଇଛି । ଜୋୟାଙ୍କ ଏହି ସଫଳତା ପାଇଁ ଫରହାନ୍ ଟ୍ୱିଟ୍ କରି ଖୁସି ଜାହିର୍ କରିବା ସହିତ ଫିଲ୍ମଟିମକୁ ଅଭିନନ୍ଦନ ଜଣାଇଛନ୍ତି । ରଣବୀର୍ ଓ ଆଲିଆଙ୍କ ପ୍ରଶଂସକ ମହଲରେ ମଧ୍ୟ ଖୁସିର ମାହୋଲ୍ ରହିଛି ।

ଏହି ଖୁସି ସହିତ ଆଉ ଏକ ଖୁସି ମଧ୍ୟ ସାମିଲ୍ ହୋଇଛି । ଏହି ଉତ୍ସବରେ ଶେଫାଳୀ ଶାହଙ୍କ ୱେବସିରିଜ୍ ‘ଦିଲ୍ଲୀ କ୍ରାଇମ୍’କୁ ୫ଟି ଶ୍ରେଣୀରେ ସମ୍ମାନିତ କରାଯାଇଛି । ସତ ଘଟଣାକୁ ନେଇ ପ୍ରସ୍ତୁତ ‘ଦିଲ୍ଲୀ କ୍ରାଇମ’ରେ ଶେଫାଳୀଙ୍କୁ ବେଷ୍ଟ୍ ଆକ୍ଟ୍ରିସ୍, ରିଚି ମେହେତାଙ୍କୁ ବେଷ୍ଟ୍ ଡାରେକ୍ଟର୍, ବେଷ୍ଟ୍ ଡ୍ରାମା ସିରିଜ୍, ବେଷ୍ଟ୍ ଏଡିଟିଙ୍ଗ୍ ଓ ବେଷ୍ଟ୍ ଓରିଜନାଲ୍ ଭାବେ ଆୱାର୍ଡ଼ ମିଳିଥିଲା । ଏହି ୱେବସିରିଜରେ ଶେଫାଳୀଙ୍କ ସହ ରାସିକା ଦୁଗଲ୍ ଓ ରାଜେଶ୍ ତେଲଁଗ୍ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *