‘ଗଲି ବୟ’ର ଟ୍ରେଲର୍ ଆଉଟ୍
‘ସିମ୍ବା’ର ଅପାର ସଫଳତା ପରେ ରଣବୀରଙ୍କ ଆଗାମୀ ଫିଲ୍ମ ‘ଗଲିବୟ’ର ଟ୍ରେଲର୍ ରିଲିଜ୍ ହୋଇଛି । ରଣବୀର୍ ଏହାକୁ ନିଜର ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ସେୟାର୍ କରିଥିଲେ । ସେ ନିଜର ପ୍ରତ୍ୟେକ ଫିଲ୍ମରେ କିଛି ନା କିଛି ଭିନ୍ନ ଏକ୍ସପରିମେଣ୍ଟ୍ କରିଥାନ୍ତି । ଏହି ଧାରାରେ ‘ଗଲିବୟ’ରେ ରଣବୀରଙ୍କୁ ଜଣେ ସାଧାରଣ ଷ୍ଟ୍ରିଟ୍ ବୟ ଭାବେ ଦେଖିବାକୁ ମିଳିଛି । କାହାଣୀ ଅନୁଯାୟୀ ଏହି ସାଧାରଣ ଦେଖାଯାଉଥିବା ଷ୍ଟ୍ରିଟ୍ ବୟ ଭିତରେ ଅସାଧାରଣ ର୍ୟାପ୍ ସଙ୍ଗୀତର ଯାଦୁ ଲୁଚି ରହିଛି, ଯାହାକୁ ସେ କେବଳ ଗଳିକନ୍ଦିରେ ପରିବେଷଣ କରନ୍ତି ।
ଶ୍ରୋତାମାନେ ତାଙ୍କର ର୍ୟାପ୍ ସଙ୍ଗୀତକୁ ଖୁବ୍ ପସନ୍ଦ କରନ୍ତି ଏବଂ ତାଙ୍କୁ ଉପାଧି ମିଳେ ବେଷ୍ଟ ର୍ୟାପର୍ । କିନ୍ତୁ ଲାଜକୁଳିଆ ସ୍ୱଭାବ ଓ ମନରେ ଟିକେ ଶଙ୍କା ଭାବ ଥିବାରୁ ରଣବୀର୍ ପ୍ରକୃତ ସଫଳତା ପାଇବାରେ କ’ଣ ସବୁ ବାଧାବିଘ୍ନ ଅତିକ୍ରମ କରିବାକୁ ପଡ଼ିଛି, ତାହାକୁ ନେଇ କାହାଣୀ ଆଗକୁ ବଢ଼ିଛି । ଏହି ଫିଲ୍ମର ଟ୍ୟାଗ୍ଲାଇନ୍ ହେଉଛି – ‘ଆପ୍ନା ଟାଇମ୍ ଆୟେଗା’ । ଅନେକ ସ୍ୱପ୍ନ ସହିତ ବଞ୍ଚିବାର କଳାର କାହାଣୀକୁ ଏହି ଫିଲ୍ମ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।