‘ଗୁଲବୋ ସିତାବୋ’ର ଗୋଟିଏ ଦିନର ମେକଅପ୍ ଖର୍ଚ୍ଚ ଦେଢ଼ଲକ୍ଷ ଟଙ୍କା

ବିଗ୍ ବିଙ୍କ ଅପକମିଙ୍ଗ ଫିଲ୍ମ ‘ଗୁଲାବୋ ସିତାବୋ’ର ଫାଷ୍ଟଲୁକ୍ ରିଲିଜ୍ ହେବା ପରଠାରୁ ଏହାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଥମିବାର ନାଁ ଧରୁନି । ଚିହ୍ନି ହେଉନଥିବା ଭଳି ବିଗ୍ ବିଙ୍କ ଏହି ନିଆରା ଲୁକକୁ ନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ତେବେ କହିରଖୁଛୁ ବିଗ୍ ବିଙ୍କ ଏଭଳି ନିଆରା ଲୁକ୍ ପଛର କାହାଣୀ ଓ ମେକଅପ୍ ସମ୍ବନ୍ଧୀୟ କିଛି ତଥ୍ୟ । କାହାଣୀ ଅନୁଯାୟୀ ବିଗ୍ ବି ଲକ୍ଷେ୍ନାର ଜଣେ ପାରମ୍ପରିକ ସୁନି ମୁସଲମାନ୍ ବ୍ୟକ୍ତିଙ୍କ ଭୂମିକାରେ ଅଛନ୍ତି । ଏହି ମିର୍ଜା ସାହାବ୍ ଲୁକ୍ ପାଇଁ ଆମେରିକାରୁ ଜଣେ ଦକ୍ଷ ମହିଳା ପ୍ରୋସ୍ଥୋକ୍ଟିକ୍ସ୍ ବିଶେଷଜ୍ଞଙ୍କୁ ଆମନ୍ତ୍ରୀତ କରାଯାଇଥିଲା ।

ଅନେକ ପରିଶ୍ରମ ପରେ ବିଗ୍ ବିଙ୍କ ଏହି ଲୁକ୍ ଫାଇନାଲ୍ ହୋଇପାରିଛି । ବିଗ୍ ବିଙ୍କ କେବଳ ନାକର ମେକଅପ୍ ପାଇଁ ସବୁଦିନେ ୩ରୁ ୪ଘଣ୍ଟା ଲାଗିଥାଏ । ବିଗ୍ ବିଙ୍କ ମଥାରେ ଥିବା ରିଙ୍କିଲ୍ ପାଇଁ ଫୋମ୍ ଲେଟେକ୍ସ ଓ ସିଲିକନର ବ୍ୟବହାର କରାଯାଇଛି । ବିଗ୍ ବିଙ୍କ ଆଇବ୍ରୋ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ । ମୁସଲମାନ୍ ବ୍ୟକ୍ତିଙ୍କ ପାରମ୍ପରିକ ପୋଷାକ ଧଳା କୁର୍ତ୍ତା ଓ ଅଳ୍ପ ଉଚ୍ଚା ପାଇଜାମା ବିଗ୍ ବି ପିନ୍ଧିବେ । ମଫଲର୍ ଓ ମୁଣ୍ଡର ଟୋପି ତାଙ୍କର ଲୁକକୁ ଆହୁରି ପରଫେକ୍ଟ କରିଛି । ବିଗ୍ ବିଙ୍କ ଏହି ମିର୍ଜା ଲୁକରେ ମୋଟା ଓ ଲମ୍ବା ନାକ ଉପରେ ସବୁଠାରୁ ଅଧିକ ଫୋକସ୍ କରାଯାଛି । ଏଥିପାଇଁ ପ୍ରତ୍ୟେକ ଦିନ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ସୁଜିତ୍ ସରକାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଜୁହି ଚତୁର୍ବେଦି ।

Leave a Reply

Your email address will not be published.